State government seeks time to file reply in High Court on Library Act implementation issue Photograph: (sambad.in)
କଟକ: ଓଡ଼ିଶା ସାର୍ବଜନୀନ ପାଠାଗାର ଅଧିନିୟମ, ୨୦୦୧ ଓ ଏ ସମ୍ପର୍କିତ ନିୟମାବଳୀ କାର୍ଯ୍ୟକାରୀ ପ୍ରସଙ୍ଗ ନେଇ ଦାଏର ଜନସ୍ବାର୍ଥ ମାମଲାରେ ଜବାବ ରଖିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅଧିକ ସମୟ ଲୋଡ଼ା ଯାଇଛି।
ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଏପ୍ରିଲ ୫ର ନିର୍ଦ୍ଦେଶ ପାଳନ କରି ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଅଧିକ ସମୟ ପ୍ରଦାନ ପାଇଁ ନିବେଦନ କରାଯାଇଥିଲା।
ପରବର୍ତ୍ତୀ ଶୁଣାଣି ପୂର୍ବରୁ ମାମଲାରେ ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜୁନ୍ ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।
ଅଧିକ ପଢ଼ନ୍ତୁ: ଜାମିନରେ ମୁକୁଳିବା ପରେ ଅଭିଯୁକ୍ତ ଦୁଇ ମାସ ଚନ୍ଦକା ଥାନା ପରିସର ସଫେଇ କରିବେ: ହାଇକୋର୍ଟଙ୍କ ନିର୍ଦ୍ଦେଶ
ଓଡ଼ିଶା ସାର୍ବଜନୀନ ପାଠାଗାର ଅଧିନିୟମ,୨୦୦୧ ପ୍ରଣିତ ହେବାର ବହୁବର୍ଷ ପରେ ଓଡ଼ିଶା ସାର୍ବଜନୀନ ପାଠାଗାର ନିୟମାବଳୀ,୨୦୧୬ ପ୍ରଣୟନ ହୋଇଥିଲା।
୨୦୨୩ ଅକ୍ଟୋବର ମାସରେ ଓଡ଼ିଶା ପାଠାଗାର ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସରକାର ପଦକ୍ଷେପ ନେଲେ। କିନ୍ତୁ ଅଧିନିୟମର ଅନ୍ୟ ବ୍ୟବସ୍ଥା ଗୁଡ଼ିକ କାର୍ଯ୍ୟକାରୀ କରିବାରେ ଅବହେଳା କରାଯାଇଛି ବୋଲି ଦର୍ଶାଇ ଏହି ଜନସ୍ବାର୍ଥ ମାମଲା ଦାଏର କରାଯାଇଛି। ଏପ୍ରିଲ ୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
ଅଧିକ ପଢ଼ନ୍ତୁ: ରାୟଗଡ଼ା ନିକଟରେ ବନ୍ଦେ ଭାରତ ଉପରକୁ ଟେକା ମାଡ଼: ବର୍ତ୍ତିଲେ ଯାତ୍ରୀ
Odisha | high court
Follow Us