ବିଶ୍ବବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ପରିବର୍ତ୍ତନକୁ କ୍ୟାବିନେଟ୍ ମୋହର: ସବୁ ବିଶ୍ବବିଦ୍ୟାଳୟ ପାଇଁ ଗୋଟିଏ ଆଇନ୍‌; ଉଚ୍ଛେଦ ହେଲା ସିନେଟ୍‌

ବିଶ୍ବବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ପରିବର୍ତ୍ତନକୁ କ୍ୟାବିନେଟ୍ ମୋହର:  ସବୁ ବିଶ୍ବବିଦ୍ୟାଳୟ ପାଇଁ ଗୋଟିଏ ଆଇନ୍‌; ଉଚ୍ଛେଦ ହେଲା ସିନେଟ୍‌

ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶୈକ୍ଷିକ ଓ ପ୍ରଶାସନିକ ସଂସ୍କାର ଆଣିବା ଲାଗି ଆଜି ରାଜ୍ୟ କ୍ୟାବିନେଟ ଓଡ଼ିଶା ୟୁନିଭର୍ସିଟି ଆକ୍ଟ-୧୯୮୯ରେ ବ୍ୟାପକ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲଗାଯାଇଛି। ଏହି ପ୍ରସ୍ତାବଗୁଡ଼ିକର ଅନୁମୋଦନ ଫଳରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧିକ ଦକ୍ଷତାର ସହ କାର୍ଯ୍ୟ କରିପାରିବ ବୋଲି ଆଶା କରାଯାଉଛି।

କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସବିଶେ‌ଷ ସୂଚନା ଦେଇଛନ୍ତି ରାଜ୍ୟର ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ସୂଚନା ଦେଇଛନ୍ତି କି ପୂର୍ବରୁ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଭିନ୍ନ ଭିନ୍ନ ଆଇନ ଦ୍ୱାରା ପରିଚାଳିତ ହେଉଥିଲା। କିନ୍ତୁ ବର୍ତ୍ତମାନ ଗୋଟିଏ ଆଇନ ଅନୁସାରେ ପରିଚାଳିତ ହେବ। ଏଥିଲାଗି ରେଭେନ୍ସା ୟୁନିଭର୍ସିଟି ଆକ୍ଟ-୨୦୦୫କୁ ଉଚ୍ଛେଦ କରାଯାଇଛି ଏବଂ ଓଡ଼ିଶା ୟୁନିଭିର୍ସିଟି ଆକ୍ଟ-୧୯୮୯ରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି। ଏଣିକି ଏହି ଆଇନ ଅନୁସାରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ପରିଚାଳିତ ହେବ।

publive-image

ଏହି ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ପରିଚାଳନାରେ ସିନେଟ୍‌ର ବିଶେଷ କିଛି ସକ୍ରିୟ ଭୂମିକା ରହୁ ନ ଥିବାରୁ ଏହାକୁ ଉଚ୍ଛେଦ କରାଯାଇଛି। ଏଥିସହ  ସିଣ୍ଡିକେଟକୁ ଅଧିକ ଶକ୍ତିଶାଳୀ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିଙ୍କ କାର୍ଯ୍ୟକାଳକୁ ୩ବର୍ଷରୁ ୪ବର୍ଷକୁ ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ଜଣେ କୁଳପତି କାର୍ଯ୍ୟ କରିବାକୁ ଅଧିକ ସୁଯୋଗ ପାଇବେ। ସେହିପରି କୁଳପତି ଚୟନ ଲାଗି ରହିଥିବା ସର୍ଚ୍ଚ‌ କମିଟିରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଜଣେ ଜଣାଶୁଣା ଶିକ୍ଷାବିତ ନିଯୁକ୍ତ ହେବେ। ବିଶ୍ୱବିଦ୍ୟାଳୟର ଅଧ୍ୟାପକମାନେ ଓଡ଼ିଶା ପବ୍ଲିକ୍‌ କମିସନ୍‌ ଦ୍ୱାରା ଚୟନିତ ହେବ‌େ।

ଏହା ବ୍ୟତୀତ ରାଜ୍ୟ କ୍ୟାବିନେଟ ଆଇନ ବିଭାଗର ଏକ ପ୍ରସ୍ତାବକୁ ମଧ୍ୟ ଗୃହୀତ କରିଛନ୍ତି। ଆଇନଜୀବୀ ମଙ୍ଗଳ ପାଣ୍ଠିରୁ ବାର କାଉନ୍‌ସିଲର ଅନୁମୋଦନ କ୍ରମେ କୋଭିଡ୍‌ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ଉପରେ ମୋହର ଲଗାଇଛନ୍ତି କ୍ୟାବିନେଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe