ଓଏଏସ୍‌ ଅଫିସର ସ୍ତରରେ ଅଦଳ ବଦଳ

ବଦଳିଲେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଅଫିସର ଉଇଦାଉଟ୍ ଡ୍ୟୁଟି ଭାବେ ଯୋଜନା ଓ ସଂଯୋଜନ ବିଭାଗକୁ ଗଲେ

ଭୁବନେଶ୍ୱର : ଆଜି ଓଏଏସ୍‌ ଅଫିସର ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ ହୋଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବାରିପଦା ଉପଜିଲ୍ଲାପାଳ ତଥା ବରିଷ୍ଠ ଓଏଏସ୍‌ ଅଫିସର ଶରତ କୁମାର ପୁରୋହିତଙ୍କୁ କରଞ୍ଜିଆ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି। କରଞ୍ଜିଆ ଉପଜିଲ୍ଲାପାଳ ପଦବି ଖାଲି ପଡ଼ିଥିଲା। ବାଙ୍କି ଉପଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କୁ ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପରେ ତାଙ୍କୁ କଳିଙ୍ଗ ନଗର ଆଞ୍ଚଳିକ ଶିଳ୍ପ କେନ୍ଦ୍ର(ଆରଆଇସି)ର ସାଧାରଣ ପରିଚାଳକ ଭାବେ ବଦଳି କରାଯାଇଛି। ସେହିପରି ଦର୍ପଣ ତହସିଲଦାର ଅରୁଣ କୁମାର ବିଶ୍ୱାଳଙ୍କୁ ବାଙ୍କି ଉପଜିଲ୍ଲାପାଳ ପଦବିରେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe