ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଉଛନ୍ତି ରାଜ୍ୟ ସରକାର: ବିଜେପି

Advertisment

କୋରାପୁଟ ବନ୍ଧୁକମୁନରେ ଦୁଷ୍କର୍ମ ଘଟଣା

କୋରାପୁଟ ବନ୍ଧୁକମୁନରେ ଦୁଷ୍କର୍ମ ଘଟଣା

ସଂସ୍କୃତି ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଭାରି ପଡ଼ିଲା ବିଜେପି, ୨ଟି ଯାକ ବ୍ଲକ୍‌ ଅଧ୍ୟକ୍ଷ ଆସନ ଛଡ଼ାଇନେଲା

ABP News

ଭୁବନେଶ୍ବର: ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ଦେଉଛନ୍ତି ରାଜ୍ୟ ସରକାର। ଗତ ୨୪ ତାରିଖରେ କୋରାପୁଟ ବନ୍ଧୁକମୁନରେ ଦୁଷ୍କର୍ମ ଘଟଣାକୁ ନେଇ ଏପରି କହିଛି ରାଜ୍ୟ ବିଜେପି। ଏହି ଦୁଷ୍କର୍ମ ଘଟଣାରେ ସ୍ୱାମୀ ମୁଣ୍ଡରେ ବନ୍ଧୁକ ରଖି ପତ୍ନୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ରହିଛି। ଏହି ଘଟଣାରେ ଲାଲ ବାହାଦୂର ଏବଂ ମୀନ ବାରିକ ସଂପୃକ୍ତ ବୋଲି ବିଜେପି ଅଭିଯୋଗ କରିଛି।
ଏହି ଦୁଇ ଜଣ ବିଜେଡି ସହ ଜଡ଼ିତ ଓ ଏମାନଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସ ଜରିଆରେ ଶାସକ ଦଳ ଏମାନଙ୍କୁ ସୁରକ୍ଷା ଦେଉଛି। ଆଉ ଘଟଣାକୁ ଚାପିବାକୁ ପ୍ରୟାସ ହେଉଛି। ଏହି ଘଟଣାରେ ଏବେ ପ୍ରମାଣ ନଷ୍ଟ କରାଯାଉଛି। ତେଣୁ ଅଭିଯୁକ୍ତଙ୍କ ଗିରଫଦାରିରେ ବିଳମ୍ବ ହେଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଐଶର୍ଯ୍ୟା ବିଶ୍ୱାଳ କହିଛନ୍ତି। ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯାଉ ଏବଂ ପୀଡ଼ିତାଙ୍କୁ ସୁରକ୍ଷା ଦିଆଯାଉ ବୋଲି ଐଶର୍ଯ୍ୟା କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ସଦର ଥାନା ଜନୈକ ବ୍ୟକ୍ତିଙ୍କ ଘର ମଧ୍ୟକୁ ପଶି ଅଭିଯୁକ୍ତ ଲାଲୁ ବାହାଦୁର ଓ ମୀନ ବାରିକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ମହିଳା, ନିଜ ସ୍ବାମୀ ଓ ୩ ବର୍ଷର ପୁଅକୁ ନେଇ ଶୋଇଥିଲେ। ଘର ମଧ୍ୟକୁ ପଶି ଲାଲୁ ବାହାଦୁର ତାଙ୍କ ସ୍ବାମୀଙ୍କ ମୁଣ୍ଡକୁ ବନ୍ଧୁକ ଦେଖାଇଥିଲେ। ମୀନ ତାଙ୍କ ପୁଅର ବେକକୁ ଚାପି ଧରିଥିଲା। ଉଭୟଙ୍କୁ ଜୀବନରେ ମାରିବାକୁ ଧମକ ଦେଇ ମହିଳାଙ୍କୁ ଅନ୍ୟ ରୁମକୁ ଅଭିଯୁକ୍ତ ଲାଲୁ ପ୍ରଥମେ ନେଇଥିଲେ। ମହିଳା ଜଣକଙ୍କର ଇଛା ବିରୋଧରେ ଅଭିଯୁକ୍ତ ଲାଲୁ ବନ୍ଧୁକ ଦେଖାଇ ଜୀବନରେ ସ୍ବାମୀ ଓ ପୁଅକୁ ମାରିବାର ଧମକ ଦେଇ ଦୁଷ୍କର୍ମ କରିଥିଲେ। ଏହାପରେ ମୀନ ବି ଆସି ତାଙ୍କୁ ଦୁଷ୍କର୍ମ କରିଥିଲେ। ଉଭୟ ବନ୍ଧୁକ ଦେଖାଇ ଗାଁରେ କାହାରିକୁ କହିଲେ ଜୀବନରେ ମାରିବାକୁ ଧମକ ଦେଇଥିବା ପୀଡ଼ିତା ନିଜ ଏତଲାରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe