ଭୁବନେଶ୍ୱର: କରୋନା ଭାଇରସ୍ ବା କୋଭିଡ୍-୧୯ ବିରୋଧରେ ଦେଶ ଆରମ୍ଭ କରିଥିବା ଲଢ଼େଇରେ ଓଡ଼ିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଆଜି ଆଉ ଏକ ବଡ଼ ପଦକ୍ଷେପ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ରାଜ୍ୟବାସୀଙ୍କ ପାଇଁ ଏକ ନିଶୁଳ୍କ ବା ମାଗଣା ଟେଲିମେଡିସିନ୍ ହେଲପ୍ ଲାଇନ୍ ସେବା ଆରମ୍ଭ କରିଛନ୍ତି। ଏହି ଟେଲିମେଡିସିନ୍ ହେଲପ୍ ଲାଇନ୍ର ନମ୍ବର ହେଉଛି ୧୪୪୧୦।
ଯେଉଁ ବ୍ୟକ୍ତିମାନଙ୍କ ନିକଟରେ କୋଭିଡ୍-୧୯ର କୌଣସି ପ୍ରକାରର ଲକ୍ଷଣ ଯେପରିକି ଥଣ୍ଡା, କାଶ, ଜ୍ୱର, ହାଲିଆ ଲାଗିବା ବା ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବେ ସେମାନେ ଏହି ଟେଲିମେଡିସିନ୍ ହେଲପ୍ ଲାଇନ୍ ନମ୍ବରରେ ଫୋନ୍କଲେ ସେମାନଙ୍କୁ ମାଗଣା ଡାକ୍ତରୀ ପରାମର୍ଶ ଯୋଗାଇ ଦିଆଯିବ ବୋଲି ଜାଣିବାକୁ ମିଳିଛି।
Follow Us