କରୋନା ମାଡ : ମିଳିଲାନି ଅନୁମତି, ଖୋଲିଲାନି ପ୍ରେକ୍ଷାଳୟ

Advertisment
୭୬ ବର୍ଷର ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ବିଡ଼ମ୍ବନା: ‘ପଦ୍ମ’ ପାଇଁ ଓଡ଼ିଆ ଅଭିନେତା କ’ଣ ଅଯୋଗ୍ୟ?

ଜୟପୁର : କେନ୍ଦ୍ର ସରକାର ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦେଇଥିବାବେଳେ କୋରାପୁଟ ଜିଲ୍ଲା ଜୟପୁରରେ ଖୋଲିଲାନି ପ୍ରେକ୍ଷାଳୟ। ଏବେଯାଏ କୌଣସି ଶୋ’ ବୁକିଂ ହୋଇ ନ ଥିବାବେଳେ କେବେଠୁ ଏହା ଆରମ୍ଭ ହେବ ତାହାର କୌଣସି ଠିକଣା ନାହିଁ। ଏହାକୁ ନେଇ ହଲ ମାଲିକମାନେ ଚିନ୍ତାରେ ରହିଥିବାବେଳେ ଦିନକୁ ଦିନ କ୍ଷତି ଭାର ବୃଦ୍ଧି ପାଇବାରେ ଲାଗିଛି। ତେବେ ସିନେମା ହଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଯାଏ କୌଣସି ଅନୁମତିପତ୍ର କିମ୍ବା ଗାଇଡଲାଇନ ଜାରି କରାଯାଇନାହିଁ। ଫଳରେ ଏବେ ଯାଏ ଖୋଲି ପାରୁନାହିଁ ସିନେମା ହଲ।

ଏହାସହ ଜୟପୁରରେ ରହିଥିବା ସିନେମା ହଲଗୁଡିକ ମୁଖ୍ୟତଃ ହାଇଦ୍ରାବାଦ ଓ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିଜ ସହ ଜଡିତ। ଏହିଠାରୁ ଫିଲ୍ମର ଡିଷ୍ଟ୍ରିବୁଟର ଜୟପୁରକୁ ଆସିଥାଏ। ବଡ ବଡ ବ୍ୟାନର ଫିଲ୍ମ ପ୍ରଥମେ ଅଗ୍ରୀମ ନେଇ ଫିଲ୍ମ ଦେଉଥିବାବେଳେ ଛୋଟବ୍ୟାନରର ଫିଲ୍ମ ହଲରେ ପଡିବା ପରେ ଅର୍ଥ ନେଇଥାନ୍ତି। ଜୟପୁରକୁ ମୁଖ୍ୟତଃ ୟୁଏଫଓ ଓ ସିନେଫ୍ଲେକସରୁ ଫିଲମ ଆସିଥାଏ। କିନ୍ତୁ ସେଠାରୁ ଏବେ ଯାଏ କୌଣସି ଫିଲମ୍ ଆସି ନ ଥିବା ସିନେମା ହଲ ମାଲିକ କହିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସହରରେ ସିନେପ୍ଲେକ୍ସ, ଭାଷ୍କର ଟକିଜ୍ ଓ କରସୁଧା ଭିଡିଓ ରହିଛି। କରୋନା ଲକଡାଉନ୍ ପରେ ଅନଲକ୍ ପ୍ରକ୍ରିୟା ଧୀରେ ଧୀରେ ଆରମ୍ଭ ହୋଇଛି । ଅନଲକ୍-୫ ରେ ଦେଶର ସିନେମା, ମଲ୍ଟିପ୍ଲେକ୍ସ, ସୁଇମିଂ ପୁଲ୍ ଏବଂ ମନୋରଞ୍ଜନ ପାର୍କ ଆଜିଠାରୁ ଖୋଲିବ ବୋଲି କୁହାଯାଉଥିଲା। ହେଲେ ଜିଲ୍ଲା ପ୍ରଶାସନ କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଅନୁମତି ଆସି ନ ଥିବା ଜଣାପଡିଛି।

publive-image

ତେବେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସ ପାଇଁ ନିର୍ଦ୍ଦେଶାବଳୀ ଅନୁସାରେ ସମସ୍ତ ସିନେମା, ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସ ୫୦ ପ୍ରତିଶତ କ୍ଷମତା ସହିତ ଖୋଲାଯିବ । ରୀତିମତ ସାନିଟାଇଜ ହେବା ସହ ଅଡିଟୋରିୟମ ଭିତରକୁ ଯିବା ପୂର୍ବରୁ, ପ୍ରତ୍ୟେକ ବ୍ୟକ୍ତିଙ୍କର ଥର୍ମାଲ୍ ସ୍କ୍ରିନିଂ ହେବ। ଯାହାର କୌଣସି ଲକ୍ଷଣ ନାହିଁ ସେମାନଙ୍କୁ ହିଁ ଭିତରକୁ ପ୍ରବେଶ କରିପାରିବେ। ହଲ୍ ଭିତରେ ସିଟ୍ ଉପରେ ଏକ କ୍ରସ୍ ତିଆରି ହେବ ଯେଉଁଥିରେ ସିଟ୍ ଅନୁମତି ଦିଆଯିବ ନାହିଁ । ସିନେମାହଲ୍ସରେ ଏୟାର କଣ୍ଡିସନରର ତାପମାତ୍ରା ସେଟିଂ ୨୪-୩୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ପ୍ରେକ୍ଷାଳୟରେ ମାସ୍କ, ଶାରୀରିକ ଦୂରତା ଓ ହାତର ସ୍ୱଚ୍ଛତା ପିନ୍ଧିବା ପାଇଁ ପ୍ରେକ୍ଷାଳୟରେ ବାଧ୍ୟ କରାଯିବ। ଏହାସହ ସିନେମା ହଲ୍ ଭିତରକୁ ଯିବାକୁ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ରହିବା ଆବଶ୍ୟକ । ଟିକେଟ୍ କିଣିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନରେ ହେବ । ସିନେମା ହଲରେ ପ୍ରବେଶ ଓ ପ୍ରସ୍ଥାନ ଗେଟ୍, ଲବି ସମୟ ସମୟରେ ପରିଷ୍କାର ହେବ। ପ୍ରତ୍ୟେକ ଶୋ ପରେ ସିନେମା ହଲ୍ ସଫା ହେବ । ଡିଜିଟାଲ ଦେୟ ଉପରେ ଧ୍ୟାନ ଦିଆଯିବ ।

ତେବେ ଏନେଇ କରସୁଧା ଭିଡିଓ ହଲର ମାଲିକ ସତ୍ୟବାଦୀ ରାୟ କହିଛନ୍ତି ଯେ ଆମ ରାଜ୍ୟରେ ଏବେ ଯାଏ କେଉଁଠି ସିନେମା ହଲ ଖୋଲି ନାହିଁ। ଅନଲକ -୫ରେ କେନ୍ଦ୍ର ସରକାର ଖୋଲିବାକୁ କହିଥିବାବେଳେ ଏବେ ଯାଏ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିୟମାବଳୀ ଆସିନାହିଁ। ଫଳରେ ଲକଡାଉନ ସମୟରେ ତିନିଟି ହଲରୁ ପ୍ରାୟ ୨୦ ଲକ୍ଷ ଲେଖାଏଁ ମାସକୁ କ୍ଷତି ହୋଇଛି। ଏହି ତୁଳନାରେ କାର୍ଯ୍ୟରେ ନିୟୋଜିତ ରହିଥିବା କର୍ମଚାରୀଙ୍କୁ ସେମାନଙ୍କ ପ୍ରାପ୍ୟ ଦିଆଯାଇଛି। ଯଦି ଏହି ସିନେମାହଲ ନ ଖୋଲେ ତେବେ ସମସ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe