୧ରୁ ବିଭାଗୀୟ ମୁଖ୍ୟ ଦପ୍ତର ସେକ୍ସନ୍‌ ଓ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Advertisment
୧ରୁ ବିଭାଗୀୟ ମୁଖ୍ୟ ଦପ୍ତର ସେକ୍ସନ୍‌ ଓ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର : ଆସନ୍ତା ମାସ ୧ତାରିଖରୁ ରାଜ୍ୟ ବିଭାଗୀୟ ମୁଖ୍ୟ ଦପ୍ତର ଅମଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ରାଜ୍ୟ ସରକାର ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ତେଣୁ ଏହାର ପ୍ରତିବାଦରେ ସାଢ଼େ ୩ହଜାର କର୍ମଚାରୀ ଏହି ବନ୍ଦରେ ସାମିଲ ହେବେ ବୋଲି ସେକ୍ସନ୍‌ ଅଫିସର ସଂଘର ସାଧାରଣ ସଂପାଦକ ପ୍ରଦୀପ୍ତ ସାମନ୍ତରାୟ ଓ ଅମଲା ସଂଘର ସୁଧାଂଶୁ ପାତ୍ର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଆଜି ବିଭାଗୀୟ ମୁଖ୍ୟ ଦପ୍ତର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦୁଇ ସଂଘର କହିବାନୁଯାୟୀ, ବିଭାଗୀୟ ମୁଖ୍ୟ ଦପ୍ତର କ୍ୟାଡର୍‌ ପୁନର୍ଗଠନ ପାଇଁ ମାସେ ଧରି ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଏହି ଫାଇଲକୁ ମଞ୍ଜୁର କରିଥିଲେ। ମାତ୍ର ଅର୍ଥ ବିଭାଗରେ ବର୍ଷ ବର୍ଷ ଧରି ଆସ୍ଥାନ ଜମାଇଥିବା କିଛି ଅଧିକାରୀ ଓ ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର ଫାଇଲକୁ ୩ମାସ ଧରି ଚାପି ରଖିଛନ୍ତି। ଏହାସହ ଫାଇଲରେ ମନଇଛା ପରିବର୍ତନ କରି ପୁଣିଥରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ ପାଇଁ ପଠାଇବା ଚକ୍ରାନ୍ତ ଆରମ୍ଭ କରିଛନ୍ତି। ଏହାର ପ୍ରତିବାଦରେ ବିଭାଗୀୟ ମୁଖ୍ୟ ଦପ୍ତର କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ପ୍ରସ୍ତାବକୁ ଠିକ୍‌ ଭାବେ ବିଜ୍ଞପିତ କରା ନ ଯାଇଛି ସେ ପର୍ଯ୍ୟନ୍ତ କର୍ମଚାରୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ଦୁଇ ସଂଗଠନର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ପ୍ରଶାନ୍ତ ପଟ୍ଟନାୟକ, ମିହିର ନାରାୟଣ ଜେନା, ସୁଧାଂଶୁ ପାତ୍ର, ସୁବ୍ରତ ମହାନ୍ତି, ଅଶୋକ ଦାସ ଓ ପ୍ରଦୀପ୍ତ ସାମନ୍ତରାୟ, ରଶ୍ମିରଂଜନ ପାଢ଼ୀ, ମୀନାକ୍ଷୀ ମହାପାତ୍ର, ସତ୍ୟ ନାରାୟଣ ଛୋଟରାୟ, ଶ୍ରୀକାନ୍ତ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe