ରାଜ୍ୟ ଖାଦ୍ୟ ଯୋଜନାରେ ମାଗଣା ଚାଉଳ, ଡାଲି ୫ ମାସ ଦିଆଯିବ

Advertisment

୧୦ ଲକ୍ଷ ଉପକୃତ ହେବେ, ୫ କେଜି ଚାଉଳ, କେଜିଏ ଡାଲି

୧୦ ଲକ୍ଷ ଉପକୃତ ହେବେ, ୫ କେଜି ଚାଉଳ, କେଜିଏ ଡାଲି

ରାଜ୍ୟ ଖାଦ୍ୟ ଯୋଜନାରେ ମାଗଣା ଚାଉଳ, ଡାଲି ୫ ମାସ ଦିଆଯିବ

Zee News

ଭୁବନେଶ୍ବର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ ମାସ ମାଗଣାରେ ଡାଲି ଓ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ସରକାର ଯୋଗାଇ ଦେବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିର୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଏବେ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ସେମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସରକାର କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ପ୍ରାୟ ୧୦ଲକ୍ଷ ହିତାଧିକାରୀ ଉପକୃତ ହେବେ। ସେମାନଙ୍କୁ ପ୍ରତିମାସରେ ମୁଣ୍ଡପିଛା ୫ କେଜି ଚାଉଳ ମାଗଣାରେ ଦିଆଯିବ। ଏହାସହିତ ପରିବାର ପିଛା ସେମାନେ ୧ କେଜି ଡାଲି ପାଇବେ। ଏହି ଅର୍ଥ ରାଜ୍ୟ ସରକାର ବହନ କରିବେ। ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ୩କୋଟି ୨୫ଲକ୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମୁଣ୍ଡପିଛା ୫ କେଜି ମାଗଣା ଚାଉଳ ଓ ପରିବାର ପିଛା ୧ କେଜି ଡାଲି ଦିଆଯିବ ବୋଲି କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ଏଥିରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe