ଆମ୍ବୁଲାନ୍ସ କିମ୍ବା ଚାରିଚକିଆ ଗାଡ଼ି ପହଞ୍ଚି ପାରୁନଥିବା ଅପହଞ୍ଚ ଗାଁର ଗର୍ଭବତୀଙ୍କୁ ମିଳିବ ଆର୍ଥିକ ସହାୟତା

Advertisment
ଆମ୍ବୁଲାନ୍ସ କିମ୍ବା ଚାରିଚକିଆ ଗାଡ଼ି ପହଞ୍ଚି ପାରୁନଥିବା ଅପହଞ୍ଚ ଗାଁର ଗର୍ଭବତୀଙ୍କୁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର: ରାଜ୍ୟ ସରକାର ଗର୍ଭବତୀ ମହିଳାମାନଙ୍କୁ ଲକ୍ଷ୍ୟ କରି ଏବେ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ଏଣିକି ଆମ୍ବୁଲାନ୍ସ କିମ୍ବା ଚାରିଚକିଆ ଗାଡ଼ି ପହଞ୍ଚି ପାରୁନଥିବା ଅପହଞ୍ଚ ଗାଁର ଗର୍ଭବତୀଙ୍କୁ ମିଳିବ ଆର୍ଥିକ ସହାୟତା। ଏଥିପାଇଁ ଯାତାୟତ ଖର୍ଚ୍ଚ ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଆନୁଷ୍ଠାନିକ ପ୍ରସବ ନିମନ୍ତେ ଅଧୀସୂଚିତ ଅପହଂଚ ଗ୍ରାମ ଓ ଜନବସତିଗୁଡିକ ପ୍ରତି ଗର୍ଭବତୀ ମହିଳାଙ୍କୁ ଏକ ହଜାର ଟଙ୍କା ଦିଆଯିବ। ଯାନବାହାନ କିମ୍ବା ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହେଉଥିବା ନିକଟତମ ସ୍ଥାନରେ ଷ୍ଟ୍ରେଚର କିମ୍ବା ଅନ୍ୟ ଉପାୟରେ ପଂହଚାଉଥିବା ବାହକଙ୍କ ନିମନ୍ତେ ଖର୍ଚ୍ଚ ବି ଏଥିରେ ଅନ୍ତର୍ଭୁକ୍ତ। ଗର୍ଭବତୀ ମହିଳା ମଟରଯାନ ମିଳୁପାରୁଥିବା ସ୍ଥାନରେ ପହଂଚି ୧୦୮/୧୦୨ ଆମ୍ବୁଲାନସ ସେବା ଗ୍ରହଣ କଲେ ମଧ୍ୟ ତାଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯିବ। ଏ ବାବଦ ବ୍ୟୟ ଅର୍ଥ ସଂପୂର୍ଣ୍ଣ ଯୋଜନାରେ ରାଜ୍ୟ ବଜେଟରୁ ଭରଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe