ଭୁବନେଶ୍ୱରରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମଶାଲ; ପୁରୀ, କୋଣାର୍କ ଯିବ ଆଜି

Advertisment
ଭୁବନେଶ୍ୱରରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମଶାଲ; ପୁରୀ, କୋଣାର୍କ ଯିବ ଆଜି

ବ୍ରିଟିଶ୍ ରାଣୀଙ୍କ ବାର୍ତ୍ତା ବହନ କରୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ମଶାଲ୍‌କୁ ଭାରତୀୟ ଅଲମ୍ପିକ୍‌ ସଂଘର କର୍ମକର୍ତ୍ତାଙ୍କଠାରୁ ଗ୍ରହଣ କରୁଛନ୍ତି ଓଡ଼ିଶାର ୩ କିଂବଦନ୍ତି କ୍ରୀଡ଼ାବିତ୍‌ ଓ ରାଜ୍ୟ ଅଲମ୍ପିକ୍‌ କର୍ମକର୍ତ୍ତା।

ଭୁବନେଶ୍ବର : ଇଂଲଣ୍ଡର ବର୍ମିଂହାମଠାରେ ଚଳିତବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମଶାଲ ଶୁକ୍ରବାର ଭୁବନେଶ୍ବର ପହଞ୍ଚିଛି। ବ୍ରିଟିଶ୍ ରାଣୀଙ୍କ ବାର୍ତ୍ତା ବହନ କରିଥିବା ଏହି ମଶାଲକୁ ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲୀପ ତିର୍କି, ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ, ଭାରତୀୟ ମହିଳା ଫୁଟବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ।

ଶୁକ୍ରବାର ରାତିରେ ଏହି ମଶାଲ ଭୁବନେଶ୍ବରରେ ରହିବା ପରେ ଶନିବାର ପୁରୀ ଓ କୋଣାର୍କ ଗସ୍ତରେ ଯିବ। ସେଠା‌ରେ ଜିଲ୍ଲା ପ୍ରଶାସନ ଏହାକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେବ। ଅପରାହ୍ନରେ ଭୁବନେଶ୍ବର ଫେରି ମଶାଲ କଳିଙ୍ଗ ଷ୍ଟାଡିୟମ୍‌କୁ ଯିବ। ସେଠାରେ ରାଜ୍ୟର ପ୍ରତିଷ୍ଠିତ ଖେଳାଳିମାନେ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଦେବେ। ରାଜ୍ୟଗୋଷ୍ଠୀ ମଶାଲ ଭୁବନେଶ୍ବର ଆସିବା ଏକ ଐତିହାସିକ ଘଟଣା ବୋଲି ଦିଲୀପ ବର୍ଣ୍ଣନା କରିଥିଲେ। ସୂଚନାଯୋଗ୍ୟ ଯେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମଶାଲ ଯାତ୍ରା ଗତବର୍ଷ ଅକ୍ଟୋବର ମାସ ୭ ତାରିଖରେ ଆରମ୍ଭ ହୋଇଥିଲା। ଏହା ୭୨ ଦେଶରେ ୨୯୪ ଦିନର ଯାତ୍ରା କରିବା ପରେ ଆସନ୍ତା ଜୁଲାଇ ମାସରେ ଇଂଲଣ୍ଡ ଫେରିବ। ଚଳିତ ମାସ ୧୬ରେ ମଶାଲ ଓଡ଼ିଶାରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe