ଚିନ୍ତା ବଢ଼ାଇଲା ସ୍କ୍ରବ୍ ଟାଇଫସ୍: ବରଗଡ଼ରେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ତିନିଜଣିଆ  ଟିମ୍

Advertisment
ଚିନ୍ତା ବଢ଼ାଇଲା ସ୍କ୍ରବ୍ ଟାଇଫସ୍: ବରଗଡ଼ରେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ତିନିଜଣିଆ  ଟିମ୍

mathrubhumi english

ବରଗଡ଼: ବରଗଡ଼ରେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗର ତିନି ଜଣିଆ  ଟିମ୍। ଭୁବନେଶ୍ୱରରୁ ତିନିଜଣିଆ ଡାକ୍ତରୀ ଟିମ୍ ବରଗଡ଼କୁ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବରଗଡ଼ ସିଡିଏମଓଙ୍କ କାର୍ଯ୍ୟାଳୟରେ ଚାଲିଛି ଆଲୋଚନା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ସୁସ୍ମିତା ନାୟକ, ଡ଼ାକ୍ତର ସୁନିତା ଜେନା ଓ ଡାକ୍ତର ସୁବାଶିଷ ମହାନ୍ତି ବର୍ତ୍ତମାନ ସିଡିଏମଓ ଅଫିସରେ ଏନେଇ ଆଲୋଚନା କରୁଥିବା ଜଣାପଡ଼ିଛି । ଏହାପରେ ସେମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ  ସ୍କ୍ରବ୍ ଟାଇଫସ ରୋଗର ସ୍ଥିତି ପରଖିବା ସହ ଏହି ରୋଗରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ ଭେଟି ଆଲୋଚନା କରିବେ।

ବରଗଡ଼ରେ ସ୍କ୍ରବ୍ ଟାଇଫସ ଚିନ୍ତା ବଢ଼ାଉଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଘନଘନ ଆଲୋଚନା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ବରଗଡ଼ରେ ୪୮୨ଜଣଙ୍କ ଟେଷ୍ଟ କରାଯାଇଥିବା ବେଳେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି  ଓ  ୬ଜଣଙ୍କ ମୃତ୍ୟୁ ହୋଇସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe