ପ୍ରବାସୀଙ୍କ କୋଭିଡ୍‌ ପରୀକ୍ଷା କରିବା ଦାବି ଦୋହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ରାଜ୍ୟରେ କୋଭଡ୍‌ ସ୍ଥିତି ନେଇ‌ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍‌ସ

ପ୍ରବାସୀଙ୍କ କୋଭିଡ୍‌ ପରୀକ୍ଷା କରିବା ଦାବି ଦୋହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଝାରସୁଗୁଡ଼ା: କେନ୍ଦ୍ର ସରକାର ଦେଇଥିବା ଏସ୍‌ଓପିରେ ପ୍ରବାସୀ ଶ୍ରମିକଙ୍କ ପ୍ରିସ୍କ୍ରିନିଂ କରାଯାଉଛି। ଏହାର କିଛି ମୂଲ୍ୟ ନାହିଁ। ପ୍ରବାସୀ ଶ୍ରମିକଙ୍କ କୋଭିଡ୍‌ ପରୀକ୍ଷା ପରେ ତାଙ୍କୁ ଓଡ଼ିଶାକୁ ପଠାଯାଉ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପୁଣି ଥରେ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛନ୍ତି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହିତ ରାଜ୍ୟରେ କୋଭିଡ୍‌ର ସ୍ଥିତି ନେଇ ଭିଡିଓ କନ୍‌ଫରେନ୍‌ସରେ ଆଲୋଚନା ହୋଇଥିଲା। ଏହି ଭିଡିଓ କନ୍‌ଫରେନ୍‌ସରେ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ସଚିବ, ଏନ୍ଏଚ୍‌ଏମ୍‌ମିସନ ଡାଇରୋକ୍ଟର ତଥା ରାଜ୍ୟର ରେଡ୍‌ ଜୋନ୍‌ରେ ଥିବା ଭଦ୍ରକ, ବା‌ଲେଶ୍ବର, ଗଞ୍ଜାମ, ଯାଜପୁର ଜିଲ୍ଲାପାଳ ଉପସ୍ଥିତ ଥିଲେ।

ମନ୍ତ୍ରୀ ଶ୍ରୀ ଦାସ ଦାବି କରିଥିଲେ ଯେ, ପ୍ରବାସୀ ଶ୍ରମିକ ଯେଉଁମାନେ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଛନ୍ତି ସେମାନଙ୍କୁ ପହଞ୍ଚିବା ସ୍ଥାନରେ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଉ। ଯେଉଁମାନେ ଓଡ଼ିଶାକୁ ଆସି ଯାଇଛନ୍ତି ତାଙ୍କର ମଧ୍ୟ ଶୀଘ୍ର ପରୀକ୍ଷା ପାଇଁ କେନ୍ଦ୍ର ସରକାର ଟେଷ୍ଟିଂ କିଟ୍‌ ପଠାଇବାକୁ ‌ଶ୍ରୀ ଦାବ ଦାବି କରିଥିଲେ।

publive-image

ଆଇସିଏମ୍‌ଆରରେ ଥିବା ଆଇନକୁ କୋହଳ କରି ଏଆଇଆଇଏମ୍‌ଏସ୍‌ର ଭୁବନେଶ୍ବର ନିର୍ଦ୍ଦେଶକଙ୍କୁ ପରୀକ୍ଷା ପାଇଁ ଅନୁମତି ଦେବାର କ୍ଷମତା ହସ୍ତାନ୍ତର କରାଯିବା ସହିତ ଟ୍ରୁନେଟ୍‌ ଓ ଅନ୍ୟସବୁ ବେସରକାରୀ ଡାକ୍ତରଖାନାରେ କୋଭିଡ୍‌ ଟେଷ୍ଟ କରିବାକୁ ଅନୁମତି ପ୍ରଦାନ ଦାବିକୁ ମନ୍ତ୍ରୀ ଶ୍ରୀ ଦାସ ପୁଣି ଥରେ ଉପସ୍ଥାପନ କରିଥିଲେ। କେନ୍ଦ୍ର ସରକାର ପିପିପି କିଟ୍‌ ସହିତ ବିଭିନ୍ନ ସ୍ବାସ୍ଥ୍ୟ ଉପକରଣ ତୁରନ୍ତ ଯୋଗାଇ ଦେବାକୁ ମଧ୍ୟ ମନ୍ତ୍ରୀ ଦାବି କରିଥିଲେ। ଏହି ସମସ୍ତ ଦାବି ଉପରେ ତୁରନ୍ତ ବିଚାର କରାଯାଇ ପଦକ୍ଷେପ ନିଆଯିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ହର୍ଷବର୍ଦ୍ଧନ ପ୍ରତିଶ୍ରୁତି ଦେଇଥିବା ବେଳେ ଓଡ଼ିଶାରେ କୋଭିଡ୍‌ ମୁକାବିଲାରେ ସରକାରଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe