ଭାଷା ସାହିତ୍ୟର ପୃଷ୍ଠପୋଷକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ପ୍ରଚଳନ ହେଉ ରାଜ୍ଯସ୍ତରୀୟ ଭାଷା ଓ ସାହିତ୍ୟ ସମ୍ମାନ

Advertisment

ଓଡିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ବାର୍ଷିକ ବୈଠକରେ ଉଠିଲା ଦାବି

ଓଡିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ବାର୍ଷିକ ବୈଠକରେ ଉଠିଲା ଦାବି

ଭାଷା ସାହିତ୍ୟର ପୃଷ୍ଠପୋଷକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ପ୍ରଚଳନ ହେଉ ରାଜ୍ଯସ୍ତରୀୟ ଭାଷା ଓ ସାହିତ୍ୟ ସମ୍ମାନ

ବାରିପଦା: ଭାଷା ସାହିତ୍ୟର ପୃଷ୍ଠପୋଷକ ମୟୂରଭଞ୍ଜର ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ସାହିତ୍ୟ କ୍ଷେତ୍ରରେ ମିଳିନି ଯଥୋଛିତ ମାନ୍ୟତା। ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର, ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ନିମନ୍ତେ ୧୯୦୫ ମସିହାରେ ବାରିପଦାରୁ "ଉତ୍କଳ ପ୍ରଭା", "ମନୋରମା" ଆଦି ପତ୍ରିକା ପ୍ରକାଶ କରି ଆମ ଓଡ଼ିଆ ଭାଷାର ଗୌରବ ବୃଦ୍ଧି କରିବା ସହିତ ତତ୍କାଳୀନ ସାରସ୍ବତ ପ୍ରତିଭାଧରଙ୍କୁ ପ୍ରୋତ୍ସାହନ ଯୋଗାଇଛନ୍ତି। ସାରସ୍ବତ ଜଗତର ଜଣେ ଯୁଗଜନ୍ମା ମହାପୁରୁଷଙ୍କ ସମ୍ମାନାର୍ଥେ କିନ୍ତୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସେଭଳି କୌଣସି ବ୍ୟବସ୍ଥା ହୋଇନାହିଁ। ଏଣୁ ଏହି ଯୋଗଜନ୍ମା ସାହିତ୍ୟନୁରାଗିଙ୍କ ନାମରେ ରାଜ୍ଯସ୍ତରୀୟ ଭାଷା ଓ ସାହିତ୍ୟ ସମ୍ମାନ ପ୍ରଦାନ ଦାବି ଜୋର ଧରିଛି। ଚଳିତ ବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ବାର୍ଷିକ ବୈଠକରେ ଏହି ଦାବି ଉପସ୍ଥାପିତ ହୋଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଶିଷ୍ଟ କବି ଓ ସାରସ୍ବତ ସ୍ରଷ୍ଟାଙ୍କ ଜୟନ୍ତୀ ପାଳନ ହେଉଥିଲେ ହେଁ ରାଜ୍ଯର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜରେ ଜନ୍ମିତ ବରେଣ୍ଯ ଓଡ଼ିଆ ଭାଷାବିତ୍, ସାହିତ୍ୟ ଅନୁରାଗୀ ତଥା ସାରସ୍ବତ ବରପୁତ୍ରଙ୍କ ପ୍ରତି ଅଣଦେଖା ହୋଇଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସାହିତ୍ୟ ଏକାଡେମୀ ସଦସ୍ୟ ପଦ୍ମନାଭ ସାହୁ ଏବଂ ମୟୂରଭଞ୍ଜ ଜିଲ୍ଲା ଏକାଡେମୀ ସଭ୍ଯ ଅଜିତ ପାତ୍ର ଗତକାଲି (୧୭ ତାରିଖ )ରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଥିବା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦ ବୈଠକରେ ଦୃଢଭାବେ ଉପସ୍ଥାପନ କରିଛନ୍ତି। ୧୯୦୩ ରେ ଅନୁଷ୍ଠିତ ପ୍ରଥମ ଉତ୍କଳ ସମ୍ମିଳନୀର ସଭାପତି ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭାଷା ସାହିତ୍ୟର ପ୍ରଚାର ପ୍ରସାର ନିମନ୍ତେ କରିଥିବା ଉଦ୍ୟମ ଅବର୍ଣ୍ଣନୀୟ। ତେଣୁ ଓଡ଼ିଶା ସାହିତ୍ୟ ଏକାଡେମୀ ଆଗାମୀ ଦିନରେ "ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଭାଷା ଓ ସାହିତ୍ୟ ପୁରସ୍କାର" ପ୍ରଚଳନ କରନ୍ତୁ ବୋଲି ଉଭୟ ସଦସ୍ୟ ଦାବି ଜଣାଇଛନ୍ତି।

ଏତଦବ୍ୟତୀତ ମୟୂରଭଞ୍ଜ ମାଟିରେ ଜନ୍ମଗ୍ରହଣ କରିଥିବା ସାରସ୍ବତ ଜଗତର ଅନ୍ୟଜଣେ ବରପୁତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗୀୟ ଚିନ୍ତାମଣି ବେହେରାଙ୍କ ସ୍ମୃତିରେ ମଧ୍ଯ ବର୍ଷକୁ ବର୍ଷ ଏକାଡେମୀ ତରଫରୁ ଜିଲ୍ଲାରେ 'ଚିନ୍ତାମଣି ଜୟନ୍ତୀ ଉତ୍ସବ' ପାଳନ ହେଉ ବୋଲି ସଭାରେ ସେମାନେ ପ୍ରସ୍ତାବ ରଖିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ଉକ୍ତ ଦୁଇଦାବି ପ୍ରତି ବୈଠକରେ ଉପସ୍ଥିତ ରାଜ୍ୟ ସରକାରଙ୍କ ମନୋନୀତ ଏକାଡେମୀ ସଦସ୍ୟ କାଳିପଦ ପଣ୍ଡା ଏବଂ ଅନ୍ଯାନ୍ଯ ସଦସ୍ୟ/ସଦସ୍ୟା ସମର୍ଥନ କରିଥିଲେ। ସଭାମଞ୍ଚରେ ଥିବା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ, ଉପସଭାପତି ସଂଗ୍ରାମ କେଶରୀ ଜେନା ଓ ସଚିବ ପ୍ରବୋଧ କୁମାର ରାଉତ ମଧ୍ୟ ପ୍ରସ୍ତାବ ଦୁଇଟି ଉପରେ ଆବଶ୍ଯକୀୟ ଧ୍ଯାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe