ଭୁବନେଶ୍ବର: କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଚଳିତ ବର୍ଷ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳନ ହେବ। ଜାନୁଆରି ୨୬ ତାରିଖ ସକାଳ ୮.୩୦ ମିନିଟ୍ ସମୟରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେବେ।
କୋଭିଡ-୧୯ ପରିପ୍ରେକ୍ଷୀରେ ଚଳିତ ଥର ଅପେକ୍ଷାକୃତ କମ୍ ଅତିଥି ଏବଂ ଅଧିକାରୀଙ୍କ ଉପସ୍ଥିତିରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିଭଳି କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟାରେ କୋଭିଡ ଯୋଦ୍ଧାମାନେ ଉପସ୍ଥିତ ରହିବେ। ଲୋକେ ଟିଭି ତଥା ସାମାଜିକ ଗଣମାଧ୍ୟମରେ ଗଣତନ୍ତ୍ର ଦିବସ ଉପରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ।
Follow Us