‘ସମ୍ବାଦ-ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା

Advertisment

‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ  ରାଜ୍ୟର ୩୧୪ଟି ବ୍ଲକ ଏବ˚ ୩୦ଟି ଜିଲ୍ଲାରେ ‘ସମ୍ବାଦ-ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ପ୍ରତିଯୋଗିତା -୨୦୨୪ ଅନୁଷ୍ଠିତ ହୋଇଯାଇଛି।

‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ  ରାଜ୍ୟର ୩୧୪ଟି ବ୍ଲକ ଏବ˚ ୩୦ଟି ଜିଲ୍ଲାରେ ‘ସମ୍ବାଦ-ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ପ୍ରତିଯୋଗିତା -୨୦୨୪ ଅନୁଷ୍ଠିତ ହୋଇଯାଇଛି।

shfshfhtth

ଭୁବନେଶ୍ବର: ‘ସମ୍ବାଦ’ର ସ୍ବନକ୍ଷତ୍ର ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ  ରାଜ୍ୟର ୩୧୪ଟି ବ୍ଲକ ଏବ˚ ୩୦ଟି ଜିଲ୍ଲାରେ ‘ସମ୍ବାଦ-ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ପ୍ରତିଯୋଗିତା -୨୦୨୪ ଅନୁଷ୍ଠିତ ହୋଇଯାଇଛି। ବର୍ଷକୁ ବର୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବଢ଼ୁଥିବା ଉତ୍ସାହକୁ ଦେଖି ଚଳିତବର୍ଷ ୫୯୭ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ରାତିରୁ ବର୍ଷା ଲାଗି ରହିଥିଲେ ହେଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ଆଗରେ ଏହା ସତେ ଯେମିତି ଫିକା ପଡ଼ିଯାଇଥିଲା। ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହାର ଘଣ୍ଟାକ ପୂର୍ବରୁ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅସମ୍ଭାଳ  ଭିଡ଼ ଦେଖିବାକୁ ମିଳିଥିଲା। ପରିବେଶ ସୁରକ୍ଷା ସହ ସଚେତନତାକୁ ଦୃଷ୍ଟିରେ ରଖି ‘ସମ୍ବାଦ ଗ୍ରୁପ୍‌’ ପକ୍ଷରୁ ଆରମ୍ଭ ହୋଇଥିବା ‘ପୁନଶ୍ଚ ପୃଥିବୀ’ ଅଭିଯାନର ଏକ ଅଂଶସ୍ବରୂପ ଏଥର ସମସ୍ତ ପ୍ରତିଯୋଗିତାର ପ୍ରଶ୍ନପତ୍ରଗୁଡ଼ିକ ପରିବେଶ ସମ୍ପର୍କିତ ରହିଥିଲା। ଭବିଷ୍ୟତ ପିଢ଼ିଙ୍କୁ ପ୍ରକୃତି ଓ ପରିବେଶ ସମ୍ପର୍କରେ ଜଣାଇବାକୁ ଏଭଳି ପଦକ୍ଷେପ ନିଆଯାଇଥିଲା।

ପ୍ରତିବର୍ଷ ପରି ଏଥର ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଚିତ୍ରାଙ୍କନ, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ଓଡ଼ିଆ ହସ୍ତାକ୍ଷର ଏବ˚ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧୢରେ ‘ଭାଷାଜ୍ଞାନ-ପ୍ରବନ୍ଧ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସମସ୍ତ ୫୯୭ଟି ଯାକ ପରୀକ୍ଷା କେନ୍ଦ୍ରରେ ଗୋଟିଏ ସମୟରେ ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା। ଏହାର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍‌ ପୂର୍ବାହ୍ନ ୯ଟା ୩୦ରେ ଚିତ୍ରାଙ୍କନ ପ୍ରତିଯୋଗୀଙ୍କୁ ବିଷୟ ବସ୍ତୁ ଦିଆଯାଇଥିଲା। ଚିତ୍ରାଙ୍କନର ବିଷୟ ଥିଲା ‘ପୁଷ୍କରିଣୀ’, ‘ଛାତ ଉପରେ ବଗିଚା’ ଓ ‘ବୃକ୍ଷ‌ରୋପଣ’। ଏହି ତିନିଟି ବିଷୟ ମଧ୍ୟରୁ ଛାତ୍ରଛାତ୍ରୀ ଗୋଟିଏ ବିଷୟରେ ଚିତ୍ର ଆଙ୍କିଥିଲେ। ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ପର୍ଯ୍ୟନ୍ତ ହୋଇଥିବାବେଳେ ଚିତ୍ରାଙ୍କନ ଓ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତା ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ଶେଷ ହେବା ପରେ ସମ୍ପୃକ୍ତ କେନ୍ଦ୍ରରେ ଅଭିଜ୍ଞ ବିଚାରକ ମଣ୍ତଳୀଙ୍କ ଦ୍ବାରା ଖାତାର ମୂଲ୍ୟାୟନ କରାଯାଇ ଆଉ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। 

ଆଜିର ପ୍ରତିଯୋଗିତାରେ ସମସ୍ତ କେନ୍ଦ୍ରର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଖାତାକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପୁନଃ ମୂଲ୍ୟାୟନ କରାଯିବ। ଅକ୍ଟୋବର ମାସରେ ହେବାକୁ ଥିବା ‘ସମ୍ବାଦ’ର ବାର୍ଷିକ ଉତ୍ସବର ଅବ୍ୟବହିତ ପୂର୍ବରୁ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯିବ।  ‘ସମ୍ବାଦ-ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉତ୍ସାହର ସହ ଭାଗ ନେଇଥିବାରୁ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି।

‘ପୁନଶ୍ଚ ପୃଥିବୀ’ ଅଭିଯାନରେ ଯୋଡ଼ିହେଲେ ସାରା ଓଡ଼ିଶାର ଛାତ୍ରଛାତ୍ରୀ, ଅଭିଭାବକ

ଭୁବନେଶ୍ବର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧାର ୬୪ କେନ୍ଦ୍ରରେ ପରୀକ୍ଷା

ଭୁବନେଶ୍ବର: ଆଜି ପ୍ରବଳ ଉତ୍ସାହର ସହିତ ରାଜଧାନୀ ଭୁବନେଶ୍ବର, ଉପକଣ୍ଠ, ଜଟଣୀ, ପୁରୀ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାରେ ‘ସମ୍ବାଦ-ଆମ ଓଡ଼ିଶା’ର ବିଦ୍ୟାଳୟସ୍ତରୀୟ ବ‌ାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ମହାନଗରରେ ସେଥିପାଇଁ ୧୮ଟି ପରୀକ୍ଷାକେନ୍ଦ୍ର ହୋଇଥିବାବେଳେ ଉପକଣ୍ଠର ବାଲିଅନ୍ତା ଓ ବାଲିପାଟଣାରେ ମୋଟ୍ ୩ଟି ଏବଂ ଜଟଣୀରେ ୨ଟି କେନ୍ଦ୍ର ହୋଇଥିଲା। ସେହିପରି ପୁରୀ ଜିଲ୍ଲାରେ ୧୮ଟି, ନୟାଗଡ଼ରେ ୧୧ଟି ଓ ଖୋର୍ଦ୍ଧାରେ ୧୨ଟି କେନ୍ଦ୍ର ହୋଇଥିଲା। ସବୁକେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଭିତରେ ନାହିଁନଥିବା ଉତ୍ସାହ ପରିଲକ୍ଷିତ ‌ହୋଇଥିଲା। ଏଥର ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଅଧିକ ସଂଖ୍ୟାରେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପରୀକ୍ଷା ପରେ ତୁରନ୍ତ ମୂଲ୍ୟାଙ୍କନ କରାଯାଇ ସେହି ପରୀକ୍ଷାକେନ୍ଦ୍ରରେ ହିଁ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe