ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ଓଡ଼ିଶା ଚିଲ୍ଡ୍ରେନ୍ସ େଓ୍ଵଲଫେୟାର ଅର୍ଗାନାଇଜେସନ୍, ଭୁବନେଶ୍ୱର ତରଫରୁ ଏକ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆସନ୍ତା ୨୬ ତାରିଖ ସକାଳ ୮ଟା ୩୦ ମିଟ୍ରେ ଭୁବନେଶ୍ୱର ସ୍ଥିତ ଇନ୍ଦିରା ପାର୍କଠାରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ନର୍ସରୀଠାରୁ ଷ୍ଟାଣ୍ଡାର୍ଡ-୭ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ଡ୍ରଇଁ ସିଟ୍ ବ୍ୟତୀତ ଚିତ୍ରାଙ୍କନ ପାଇଁ ଆବଶ୍ୟକୀୟ ଉପକରଣ ସାଙ୍ଗରେ ନେଇ ଆସିବେ। ପ୍ରତ୍ୟେକ ଶ୍ରେଣୀର କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ସହିତ ପୁରସ୍କାର ୨୭ ତାରିଖ ଅପରାହ୍ଣ ୪ଟା ୩୦ରେ ‘ଜୟଦେବ ଭବନ’ ଭୁବନେଶ୍ୱରଠାରେ ପ୍ରଦାନ କରାଯିବ। ଏଥିରେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି।
ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ୨୬ରେ
Advertisment
Follow Us