ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା: ଆକାଂକ୍ଷାଙ୍କୁ ସ୍ବର୍ଣ୍ଣପଦକ

Advertisment
ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା: ଆକାଂକ୍ଷାଙ୍କୁ ସ୍ବର୍ଣ୍ଣପଦକ

ବାରିପଦା: ‘ଆଧୁନିକ ଓଡ଼ିଶା ଗଠନରେ ମଧୁବାବୁଙ୍କ ଅବଦାନ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା। ଏଥିରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଶରତଚନ୍ଦ୍ର ସରକାରୀ ଉଚ୍ଚବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଆକାଂକ୍ଷା ଦେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କୁ କଟକର ସର୍ବପୁରାତନ ରେଭେନ୍‌ସା ବାଳିକା ହାଇସ୍କୁଲ୍‌ ଠା‌ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମାନପତ୍ର ସହ ସୂର୍ଣ୍ଣପଦକ ପ୍ରଦାନ କରାଯାଇଛି।

ବିଦ୍ୟାଳୟ ତଥା ବାରିପଦା ପାଇଁ ଗୌରବ ଆଣିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ମହାପାତ୍ରଙ୍କ ସହ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଝିଅ ଆକାଂକ୍ଷାଙ୍କ ସଫଳତାରେ ରାସଗୋବିନ୍ଦପୁର ବ୍ଲକ୍‌ ତରାପୁର ଗାଁ’ର ଜେଜେମା ପ୍ରତିମା ଦେ, ବାପା ଲକ୍ଷ୍ମୀନାରାୟଣ ଦେ ଓ ମା’ ପ୍ରତିମା ନାୟକ ବେଶ୍‌ ଖୁସି ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe