ରାଜ୍ୟସ୍ତରୀୟ ଉଚ୍ଚ ମାଧ୍ୟମିକ ସ୍କୁଲ କବାଡ଼ି: ମ୍ୟୁନିସିପାଲ-ପୋଲସରା ଓ ନିମାପଡ଼ା-ସନ୍ଧେଇପାଲି ମୁହାଁମୁହିଁ

ମ୍ୟୁନିସିପାଲ କଲେଜ ପଡ଼ିଆରେ ଗୁରୁବାରଠାରୁ ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଆୟୋଜିତ ରାଜ୍ୟସ୍ତରୀୟ ଉଚ୍ଚ ମାଧ୍ୟମିକ ସ୍କୁଲ କବାଡ଼ି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି।

hockey

ରାଉରକେଲା: ମ୍ୟୁନିସିପାଲ କଲେଜ ପଡ଼ିଆରେ ଗୁରୁବାରଠାରୁ ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଆୟୋଜିତ ରାଜ୍ୟସ୍ତରୀୟ ଉଚ୍ଚ ମାଧ୍ୟମିକ ସ୍କୁଲ କବାଡ଼ି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ୬ଟି ମ୍ୟାଚ୍‌ ଖେଳାଯାଇଥିଲା। ନିଜ ନିଜ ମ୍ୟାଚ୍‌କୁ ଜିତି ମ୍ୟୁନିସିପାଲ ଉଚ୍ଚ ମାଧ୍ୟମିକ ସ୍କୁଲ, ପୋଲସରା ଉଚ୍ଚ ମାଧ୍ୟମିକ ସ୍କୁଲ, ନିମାପଡ଼ା ଉଚ୍ଚ ମାଧ୍ୟମିକ ସ୍କୁଲ ଓ ସନ୍ଧେଇପାଲି ଉଚ୍ଚ ମାଧ୍ୟମିକ ସ୍କୁଲ(ଗଞ୍ଜାମ) ସେମିଫାଇନାଲ ପ୍ରବେଶ କରିଛନ୍ତି।

ଶୁକ୍ରବାର ପ୍ରଥମ ସେମିଫାଇନାଲରେ ମ୍ୟୁନିସିପାଲ ଓ ପୋଲସରା ଏବଂ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ନିମାପଡ଼ା ଓ ଗଞ୍ଜାମ ମଧ୍ୟରେ ଖେଳାଯିବ।

ଉଲ୍ଲେଖଯୋଗ୍ୟ, ଏହି ସିଏଚ୍ଏସ୍‌ଇ କବାଡ଼ି ପ୍ରତିଯୋଗିତା ପ୍ରଥମେ ଜୋନ୍‌ସ୍ତରରେ ଆୟୋଜିତ ହୋଇଥିଲା। ମୋଟ୍‌ ୧୨ଟି ଜୋନ୍‌ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ୨୮୮ଟି ଉଚ୍ଚ ମାଧ୍ୟମିକ ସ୍କୁଲ ଭାଗନେଇଥିଲେ। ଜୋନ୍‌ ବିଜେତାମାନେ ମ୍ୟୁନିସିପାଲ କଲେଜରେ ଚାଲିଥିବା ଚୂଡ଼ାନ୍ତ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe