ଉଦ୍‌ଘାଟିତ ହେଲା ରାଜ୍ୟସ୍ତରୀୟ ଲୋକ ମହୋତ୍ସବ; ନଚେଇଲା ଲୋକନୃତ୍ୟ, ଜମିଲା ସମ୍ବଲପୁରୀ

Advertisment
ଉଦ୍‌ଘାଟିତ ହେଲା ରାଜ୍ୟସ୍ତରୀୟ ଲୋକ ମହୋତ୍ସବ; ନଚେଇଲା ଲୋକନୃତ୍ୟ, ଜମିଲା ସମ୍ବଲପୁରୀ

କୋରାପୁଟ: ନାଚଗୀତର ଧୁମ୍‌ ଭିତରେ ଆଜି ଉଦ୍‌ଘାଟିତ ହୋଇଛି ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପରବ। କୋରାପୁଟ ସରକାରୀ କଲେଜ ପଡିଆରେ ଏହାକୁ ଉଦ୍‌ଘାଟନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଉଦ୍‌ଘାଟନୀ ସନ୍ଧ୍ୟାରେ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟର ଚମତ୍କାର ସମନ୍ବୟ ଦେଖିବାକୁ ମିଳିଥିଲା। ନାଚଗୀତରେ ମାଟିର ମଣିଷର ହସଖୁସିକୁ ବାଣ୍ଟିଥିଲେ କଳାକାର। ଆଦିବାସୀ ନୃତ୍ୟ ସାଙ୍ଗକୁ ଓଡ଼ିଶୀ ଓ ସମ୍ବଲପୁରୀ ଥିଲା ଉଦ୍‌ଘାଟନୀ ସନ୍ଧ୍ୟାର ଆକର୍ଷଣ।

ଆଜି ସନ୍ଧ୍ୟାରେ ଏକ ମନୋରମ ପରିବେଶରେ ଅନୁଷ୍ଠିତ ହୋଇଥିଲା ପରବର ମୁଖ୍ୟ ମହୋତ୍ସବ। ସା˚ସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା କୋରାପୁଟିଆ କଳକାରଙ୍କ ଦୁରୁଆ ନୃତ୍ୟରୁ। ଏହି ଆଦିବାସୀ ନୃତ୍ୟର ତାଳେ ତାଳେ ନାଚି ଉଠିଥିଲା ମ˚ଚ। ପରେ ପରେ ସମ୍ବଲପୁରୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ଏହି ଭିନ୍ନ ସ୍ବାଦ ଦେଇଥିଲା। ଏହି ନୃତ୍ୟରେ ଝୁମିଥିଲା ପୁରା ପରବ ପଡିଆ। ରସରକେଲିର ପରେ ପରେ ଆସାମର ବିହୁ, ପୁରୀର ମାଲଖମ୍ବ, ନବରଙ୍ଗପୁରର ଗଣ୍ଡ ଦଣ୍ଡ ନୃତ୍ୟ, ବଲାଙ୍ଗୀର ଢୋଲ ମହୁରୀ, ପୁରୁଲିଆ ଛଉ, କୋରାପୁଟ ଆଦିବାସୀ ନୃତ୍ୟ, ମ˚ଚକୁ ଗରମ କରି ରଖିଥିଲା। ଏମିତି ଲୋକ ନୃତ୍ୟ ଓ ଆଦିବାସୀ ନୃତ୍ୟର ଭିଡ ଭିତରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟତାର ସ୍ପର୍ଶ ଦେଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏମିତି ନାଚଗୀତ ଚାଲିଥିଲାବେଳେ ଏହାକୁ ବେଶ ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ। କୋରାପୁଟ କଳାର ପ୍ରଚାର କରୁଛି ପରବ କଳାର ମାଟି କୋରାପୁଟ। ଆଉ ଏହି କଳାକୁ ବିଶ୍ବ ଦରବାରରେ ପହଞ୍ଚାଇବାର ପ୍ରମୁଖ ଭୂମିକା ଗ୍ରହଣ କରିଛି ପରବ। ଆଗକୁ ଏହି ଉତ୍ସବ ଅଧିକ ଲୋକପ୍ରିୟ ହବା ସହ ରାଜ୍ୟର ସମ୍ମାନ ବଢ଼ାଇବ ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଆଜି ମୁଖ୍ୟ ଅତିଥିଭାବେ ଯୋଗଦେଇ ପରବକୁ ଉଦଘାଟନ କରି ସେ କୋରାପୁଟ କଳା ଓ ସଂସ୍କୃତିକୁ ମାନଖୋଲା ତାରିଫ କରିଥିଲେ। ଏହି ଉଦଘାଟନ ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା , ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ସମ୍ମାନ୍ନିତ ଅତିଥି ଭାବେ ଯୋଗ ଦେଇଥିଲେ ।କୋରାପୁଟ ବିଧାୟକ ରଘୁରାମ ପଡ଼ାଲ ,ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ,ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ,କୋରାପୁଟ ସାଂସଦ ସପ୍ତଗିରି ଉଲାକା , ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ,ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ଵର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି ତୁଳସୀ କିରସନୀ, ଉପ ସଭାପତି ନାରସୁଲ କାମୁଡି, ବାଲ୍ୟ ବିବାହ ରୋକିଥିବା ୫ ଜଣ ନାବାଳିକା ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ପଲ୍ଲୀଶ୍ରୀ ମେଳା ଉଦଘାଟନ କରିବା ସହ ବୁଲି ଦେଖିଥିଲେ । ଏହି ଅବସରରେ ଜିଲ୍ଲାର ସଫଳ ଵ୍ୟକ୍ତିମାନଙ୍କୁ ପରବ ସମ୍ମାନ ପ୍ରଦାନ କରା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe