ରାଜ୍ୟସ୍ତରୀୟ ମାଣିକେଶ୍ୱରୀ ମହୋତ୍ସବ ଉଦଘାଟିତ

Advertisment
ରାଜ୍ୟସ୍ତରୀୟ ମାଣିକେଶ୍ୱରୀ ମହୋତ୍ସବ ଉଦଘାଟିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଯୁବ ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ଥାନୀୟ ଟାଉନ୍ ହଲରେ ରାଜ୍ୟସ୍ତରୀୟ ମାଣିକେଶ୍ୱରୀ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ଆଜି ମା’ ମାଣିକେଶ୍ୱରୀ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଟାଉନ ହଲରେ ପହଞ୍ଚିଥିଲା। ସନ୍ଧ୍ୟାରେ ମହୋତ୍ସବର ଆବାହକ ଜଗନ୍ନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବ ସାଂସଦ ଅର୍କକେଶରୀ ଦେଓ ଓ ରାଜ୍ୟ ସିଟି ସଂଘ ସଭାପତି ପ୍ରଦୀପ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ମୋନାଲିସା ରଥ, ଶିକ୍ଷାବିତ୍ ଡ. ଅଜୟ ମିଶ୍ର, ଗୁରୁ ପ୍ରଭାସ ମିଶ୍ର, ଭୀମସେନ ସାହୁ ମଞ୍ଚାସୀନ ଥିଲେ। ପରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe