ନବୀନ ସୂତ୍ରଧର ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ

Advertisment
ନବୀନ ସୂତ୍ରଧର ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ

ଭୁବନେଶ୍ୱର: ନବୀନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀରେ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଗୁରୁବାର ଉଦଯାପିତ ହୋଇଯାଇଛି। ଆଜିର ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗ ଦେଇ ଫଟୋଗ୍ରାଫରମାନେ ଚିରାଚରିତ ଫଟୋ ଉଠା ବ୍ୟତୀତ କିଛି ଭିନ୍ନ ତଥା ସମାଜର ଉନ୍ନତି ଓ ସଂସ୍କାର ଆଣି ପାରୁଥିବା ଫଟୋ ଉଠାଇବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଏହା ସହିତ ଏହିଭଳି ପ୍ରଦର୍ଶନୀର ଆବଶ୍ୟକତା ବହୁତ ଥିବା ବେଳେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ସୁରେଶ ରାଉତରାୟ, ବିଶିଷ୍ଟ ସମାଜସେବୀ ରୁଦ୍ର ନାରାୟଣ ସାମାନ୍ତରାୟ, ସମାଜସେବୀ ତଥା ବଡ଼ଚଣା ବିକାଶ ପରିଷଦ ର ଅଧକ୍ଷ ଚିନ୍ମୟ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଫଟୋଗ୍ରାଫରଙ୍କ ସମାଜ ପରିବର୍ତ୍ତନରେ ଅବଦାନ ସମ୍ପର୍କରେ ସମସ୍ତେ ଆଲୋକପାତ କରିବା ସହ ଏହି ଭଳି ପ୍ରଦର୍ଶନୀକୁ ଆହୁରି ବ୍ୟାପକ ଭାବେ ଆୟୋଜନ କରିବାକୁ ମତ ରଖିଥିଲେ।

publive-image

ଏହି ଅବସରରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ଫଟୋଗ୍ରାଫରଙ୍କ ମଧ୍ୟରୁ ଅଜୟ ମୋହନ ସାହୁ, ସ୍ଵାତି ମହାପାତ୍ର ଏବଂ ଶ୍ରୀମତୀ କଳ୍ପନା ରଥଙ୍କୁ ଶ୍ରେଷ୍ଠ ତିନି ଫଟୋଗ୍ରାଫର ଭାବେ ସମ୍ମାନିତ କରାଯାଇଥିଲା। ଏହା ବ୍ୟତୀତ ପାଞ୍ଚ ଜଣ ଯୁବ ଫଟୋଗ୍ରାଫର ପ୍ରକାଶ ସାହୁ, ସୁରେନ୍ଦ୍ର କୁମାର ସେଠି, ସୋହମ ପ୍ରିୟଦର୍ଶୀ, ରଞ୍ଜନ କୁମାର ପାତ୍ର ଓ ପ୍ରିୟ ରଞ୍ଜନ ପଣ୍ଡାଙ୍କୁ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମ ସଂଚାଳନ ବିନୋଦ ବିହାରୀ ବେହେରା କରୁଥିବା ବେଳେ ଅନୁଷ୍ଠାନର ଅଧକ୍ଷ ଲକ୍ଷ୍ମୀକାନ୍ତ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe