ରାଜ୍ୟସ୍ତରୀୟ ପ୍ରଫୁଲ୍ଲ-ଭାସ୍କର କ୍ରିକେଟ୍‌: ଫାଇନାଲରେ ଭଦ୍ରକର ସୂର୍ଯ୍ୟଶିଖା

Advertisment
ରାଜ୍ୟସ୍ତରୀୟ ପ୍ରଫୁଲ୍ଲ-ଭାସ୍କର କ୍ରିକେଟ୍‌: ଫାଇନାଲରେ ଭଦ୍ରକର ସୂର୍ଯ୍ୟଶିଖା

ଅସୁରାଳି: ଆନନ୍ଦ ବଜାର ଠାରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରଫୁଲ୍ଲ ଭାସ୍କର ମେମୋରିଆଲ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲକୁ ଭଦ୍ରକର ସୂର୍ଯ୍ୟଶିଖା କ୍ଲବ୍ ପ୍ରବେଶ କରିଛି। ସୂର୍ଯ୍ୟଶିଖା ୧୩୮ରନରେ ଆଇଡିଆଲ ୟୁନିଅନ୍ ସ୍ପୋର୍ଟିଂ କେନ୍ଦ୍ରାପଡାକୁ ପରାସ୍ତ କରିଛି। ଦ୍ବିତୀୟ ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରିଥିଲା ସୂର୍ଯ୍ୟଶିଖା କ୍ଲବ୍। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୩ଉଇକେଟ୍ ହରାଇ ୨୪୩ ରନ କରିଥିଲା। ଦଳ ପକ୍ଷରୁ ରୋହିତ ଦାସ ୫୯ରନ କରିଥିବା ବେଳେ ରଞ୍ଜିତ ମହାକୁଡ଼ ୭୫ ଏବଂ ସେଭଲିନ ମଲ୍ଲିକ ୩୯ରନ କରିଥିଲେ।

ଆଇଡିଆଲ ୟୁନିଅନ୍ ସ୍ପୋର୍ଟିଂ ପକ୍ଷରୁ ପ୍ରଣୟ ଦାସ ୨ଟି ଏବଂ ବିବେକାନନ୍ଦ ପାତ୍ର ଗୋଟିଏ ଉଇକେଟ ହାସଲ କରିଥିଲେ। ଆଇଡିଆଲ ସ୍ପୋର୍ଟିଂ ୧୭.୪ଓଭରରେ ଅଲଆଉଟ୍ ହୋଇ ମାତ୍ର ୧୦୫ ରନ କରିବାକୁ ସମର୍ଥ ହୋଇଥିଲେ। ଦଳର କମଳାକାନ୍ତ ଦାସ ୨୧ ଏବଂ ନିରଞ୍ଜନ ପ୍ରସାଦ ୧୬ରନ କରିଥିଲେ। ପ୍ରତିପକ୍ଷ ସୂର୍ଯ୍ୟଶିଖା କ୍ଲବ୍ ପକ୍ଷରୁ ନିଶ୍ଚଳ ମହାନ୍ତି ଏବଂ ରୋହିତ ଦାସ ସମାନ ସଂଖ୍ୟକ ୨୩ରନ ଦେଇ ପ୍ରତ୍ୟେକ ୪ଟି ଲେଖାଏଁ ଉଇକେଟ ନେଇଥିଲେ। ଦୀପକ ମହାନ୍ତି ଏବଂ ବିବେକାନନ୍ଦ ସାମଲ ଅମ୍ପାୟାରିଂ କରିଥିଲେ। ମୃତ୍ୟୁଞ୍ଜୟ ସାହୁ, ରାଜନ ପଣ୍ଡା, ବିବେକାନନ୍ଦ ପଣ୍ଡା ସ୍କୋରର ଥିବା ବେଳେ ବୈକୁଣ୍ଠ ନାଥ ସାହୁ, ଜୟପ୍ରକାଶ ନାରାୟଣ ମହାନ୍ତି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଭଦ୍ରକ ବାପୁଜୀ ହାଇସ୍କୁଲର ସେବା ନିବୃତ୍ତ କ୍ରୀଡା ଶିକ୍ଷକ ହେମନ୍ତ କୁମାର ଜେନା, ବରିଷ୍ଠ ନାଗରିକ ଉପେନ୍ଦ୍ର ଖିଲାର ଅତିଥି ଭାବେ ଯୋଗ ଦେଇଥିଲେ। ତପନ ସାହୁ, ଉତ୍କଳମଣି ପଣ୍ଡା, ବିଜେନ୍ଦ୍ର ପାଲ, ଭାବଗ୍ରାହୀ ଚିଦ୍ରା, ପ୍ରୀତମ ଷଡଙ୍ଗୀ, ବଳରାମ ସାମଲ, ମହାପ୍ରସାଦ ପଣ୍ଡା, ସୁବାସ ସାହୁ, ପ୍ରସନଜିତ ବିଶ୍ବାଳ, ଶିଳ୍ପୀ ଶୁଭମ୍ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଆସନ୍ତା ୨୫ରେ ଫାଇନାଲ ମ୍ୟାଚ କେସିଏ ଧାମନଗର ଏବଂ ସୂର୍ଯ୍ୟଶିଖା ଭଦ୍ରକ ମଧ୍ୟରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe