ସରିଲା ପରେଡ୍‌ ରିହର୍ସାଲ: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ପ୍ରଥମଥର ପାଇଁ ଭାଗ ନେବ ବିଏସ୍‌ଏଫ୍

ସରିଲା ପରେଡ୍‌ ରିହର୍ସାଲ: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ପ୍ରଥମଥର ପାଇଁ ଭାଗ ନେବ ବିଏସ୍‌ଏଫ୍

ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି
୫ ସ୍ତରୀୟ ସୁରକ୍ଷା, ଜଗିବେ ୨୫ ପ୍ଲାଟୁନ୍ ଫୋର୍ସ
ଟ୍ରାଫିକ ପରିଚାଳନା ଦାୟିତ୍ବରେ ୩ ପ୍ଲାଟୁନ୍

ଭୁବନେଶ୍ୱର : କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ ସୋମବାର ଦିନ ଚୂଡ଼ାନ୍ତ ଅଭ୍ୟାସ ପରେଡ୍ ଶେଷ ହୋଇଛି। ସକାଳେ ଅନୁଷ୍ଠିତ ରିହର୍ସାଲରେ ପୁଲିସ ଡିଜି ସୁନୀଲ ବନସଲ୍ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ଶ୍ରୀ ବନସଲ୍, ପୁଲିସ କମିସନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଚଳିତବର୍ଷ ପରେଡ୍‌ରେ ପ୍ରଥମଥର ପାଇଁ ବିଏସଏଫ୍‌ ଭାଗ ନେବ ବୋଲି ଜଣାଯାଇଛି।

publive-image

ମିଳିଥିବା ସୂଚନା ଅନୁସାରେ, ସୁରକ୍ଷା ବ୍ୟବସ୍ଥାରେ ୨୫ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ। ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ୫ଅତିରିକ୍ତ ଡିସିପି, ୧୩ଏସିପି, ୧୮ଇନ୍ସପେକ୍ଟର, ୬୫ ଇନ୍ସପେକ୍ଟର ଓ ସବ୍ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ନିୟୋଜିତ ରହିବେ। ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ପରିଚାଳିତ ହେବ। ସେହିପରି ଟ୍ରାଫିକ୍‌ ପରିଚାଳନା ଦାୟିତ୍ବରେ ୩ପ୍ଲାଟୁନ୍ ଫୋର୍ସ ରହିବେ। ଏହାସହ ବୋମା ନିଷ୍କ୍ରିୟକାରୀ ଦଳ, ସାର୍ପ ସୁଟର୍‌, ସାଦା ପୋଷାକଧାରୀ ପୁଲିସ, କୁଇକ୍ ରେସପନ୍ସ ଟିମ୍(କ୍ୟୁଆରଟି) ମୁତୟନ ରହିବେ। ଗାନ୍ଧୀମାର୍ଗ, ପରେଡ୍ ସ୍ଥଳ, ଏହାକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍ କରାଯିବ। ଏହାସହ ସେହି ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯିବ। ଏହାର କଣ୍ଟ୍ରୋଲ ରୁମ୍ ମଧ୍ୟ ରଖାଯାଇଛି। ଦାୟିତ୍ବରେ ଜଣେ ଅଧିକାରୀ ରହିଛନ୍ତି। ସାଧାରଣ ଲୋକଙ୍କୁ ପରେଡ୍ ସ୍ଥଳକୁ ଅନୁମତି ନାହିଁ। କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଟ୍ରାଫିକ ଚଳାଚଳ ବନ୍ଦ ରହିବ।

ଅନ୍ୟପକ୍ଷରେ ଚଳିତଥର ୧୦ଟି ଟ୍ରୁପ୍ ଭାଗ ନେବେ। ସେମାନଙ୍କ ମଧ୍ୟରୁ ୩ଟି ବ୍ୟାଣ୍ଡ ଟ୍ରୁପ୍ ରହିଛି। ବାକି ୭ଟି ହେଲେ, ବିଏସ୍‌ଏଫ୍, ସିଆର୍‌ପିଏଫ୍, ଓଏସଏପି, ସ୍ପେସାଲ ସିକ୍ୟୁରିଟି ବାଟାଲିଅନ୍, ଏସ୍ଓଜି, ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ। ଆଇପିଏସ୍ ଅଫିସର ତଥା ଅନୁଗୁଳ ଅତିରିକ୍ତ ଏସପି ରୋହିତ ବର୍ମା ପରେଡ୍ କମାଣ୍ଡର ଦାୟିତ୍ବ ତୁଲାଇବେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe