ମହାତ୍ମାଗାନ୍ଧୀ ମାର୍ଗରେ ୭୩ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Advertisment
ମହାତ୍ମାଗାନ୍ଧୀ ମାର୍ଗରେ ୭୩ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର : ବୁଧବାର ମହାତ୍ମାଗାନ୍ଧୀ ମାର୍ଗରେ ୭୩ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ସକାଳ ୮.୨୮ ରେ ପହଞ୍ଚିବା ପରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଓ ପୁଲିସ୍‌ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ତାଙ୍କୁ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। ୮.୩୦ ମିନିଟ୍‌ରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ରାଜ୍ୟ ପୁଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀତ ବାଦନ ପରେ ସୀମା ସୁରକ୍ଷା ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୁଲିସ, ଏସ୍‌ଏସ୍‌ ବାଟାଲିୟନ୍‌, ଏସ୍‌.ଓ.ଜି, ଅଗ୍ନିଶମ ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟନିର୍ବାହୀ ଦଳ ଓ ପୁଲିସ୍‌ ବ୍ୟାଣ୍ଡ ପ୍ରଭୃତି ୧୦ଟି ଦଳଙ୍କ ମିଳିତ ପରେଡ୍‌ରେ ରାଜ୍ୟପାଳ ଅଭିବାଦନ ଗ୍ରହଣ କରିଥିଲେ। ଅନୁଗୁଳ ଏଏସ୍‌ପି(ୟୁଟି) ରୋହିତ ବର୍ମା ପରେଡ୍‌ ପରିଚାଳନା କରିଥିଲେ।

କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏହି ମହୋତ୍ସବ ପାଳନ କରାଯାଇଥିଲା। ୫୦ ଜଣ କୋଭିଡ୍‌ ଯୋଦ୍ଧା, କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ୨୫ ଜଣ ସ୍ୱାସ୍ଥ୍ୟକର୍ମୀ, ବିଏମ୍‌ସିର ୨୫ ଜଣ ସଫେଇ କର୍ମଚାରୀଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ୍‌, ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସହନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ ଓ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe