‘ସମ୍ବାଦ’ ମୁଖ୍ୟାଳୟରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ: ’ସାମ୍ବାଦିକମାନେ ଦୈନିକ ସତ୍ୟାଗ୍ରହୀ’

ଭାରତ ବିଚାର ପ୍ରାଥମିକତା ପାଉ

‘ସମ୍ବାଦ’ ମୁଖ୍ୟାଳୟରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ: ’ସାମ୍ବାଦିକମାନେ ଦୈନିକ ସତ୍ୟାଗ୍ରହୀ’

ଭୁବନେଶ୍ବର : ସମସ୍ତ ଦେଶବାସୀଙ୍କ ମନରେ ଭାରତ ବିଚାର ପ୍ରାଥମିକତା ପାଇବା ଉଚିତ। ବିଭିନ୍ନ ବର୍ଗରେ ବିଭାଜିତ ହେଲେ ମଧ୍ୟ ସମସ୍ତେ ଭାରତ ବିଚାରକୁ ଅଗ୍ରାଧିକାର ଦେଲେ ଦେଶ ଆଗେଇବ। ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ଏହି ବିଚାର ଅଧିକ ପ୍ରାସଙ୍ଗିକ ବୋଲି ‘ସମ୍ବାଦ’ ସମ୍ପାଦକ ସୋୖମ୍ୟରଂଜନ ପଟ୍ଟନାୟକ ମତପ୍ରକାଶ କରିଛନ୍ତି।

ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ‘ସମ୍ବାଦ’ ମୁଖ୍ୟାଳୟରେ କୋଭିଡ କଟକଣା ମଧ୍ୟରେ ଆୟୋଜିତ ଜନରାଜ୍ୟ ଦିବସ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିବା ଅବସରରେ ‘ଏହି ଭାରତ ବିଚାରକୁ ଆଗେଇ ନେବାକୁ ସାମ୍ବାଦିକମାନେ ଆଗଭର ହୁଅନ୍ତୁ’ ବୋଲି ସେ ଆହ୍ବାନ କରିଥିଲେ। ଗାନ୍ଧୀଜୀ ଯେପରି ସତ୍ୟାଗ୍ରହ କରୁଥିଲେ, ସାମ୍ବାଦିକମାନେ ପ୍ରତିଦିନ ସତ୍ୟ ପାଇଁ ସଂଗ୍ରାମ କରିବା ଦରକାର ବୋଲି ସେ କହିଥିଲେ। ରାଜନେତା, ପ୍ରଶାସକ ଓ ଅନ୍ୟାନ୍ୟ ବର୍ଗ ସତ୍ୟକୁ ଲୁଚାଇବାକୁ କରୁଥିବା ଉଦ୍ୟମକୁ ପ୍ରତିଦିନ ସାମ୍ବାଦିକମାନେ ପ୍ରତିହତ କରି ଦୈନିକ ସତ୍ୟାଗ୍ରହୀ ପାଲଟିବା ଆବଶ୍ୟକ। ଏହା ହେଲେ ସମାଜର କଲ୍ୟାଣ ସାଧନ ହୋଇପାରିବ ବୋଲି ସେ ମତ ଦେଇଥିଲେ। ଏହି ସମାରୋହରେ ‘ସମ୍ବାଦ’ ଗ୍ରୁପ୍‌ର ନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସମେତ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe