ଓଡ଼ିଶା ଏବେ ବିକଶିତ ରାଜ୍ୟ: ମୁଖ୍ୟମନ୍ତ୍ରୀ

Advertisment

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ଓଡ଼ିଶା ଏବେ ବିକଶିତ ରାଜ୍ୟ: ମୁଖ୍ୟମନ୍ତ୍ରୀ

କଟକ : ଅର୍ଥନୀତି, ସ୍ଥାସ୍ଥ୍ୟ, ଶିକ୍ଷା, ଶିଳ୍ପ, ଭିତ୍ତିଭୂମି ଭଳି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ଏବେ ବିକଶିତ ରାଜ୍ୟ ଭାବେ ପରିଗଣିତ। ରାଜ୍ୟର ଗରିବ ଓ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ସାମାଜିକ ନିରାପତ୍ତା ସୃଷ୍ଟି ହୋଇପାରିଛି। ବିକାଶମୂଳକ କାର୍ଯ୍ୟରେ ମହିଳାମାନଙ୍କ ଯୋଗଦାନ ସଶକ୍ତ ଓଡିଶା ଗଠନକୁ ସହଜ କରିପାରିଛି ବୋଲି ବାରବାଟୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ଦେଶଭକ୍ତିର ସ୍ମୃତିଚାରଣ କରିଥିଲେ। ସହିଦ୍‌ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ସମ୍ମିଳିତ ପରେଡ୍‌ରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଥିଲେ।

publive-imageସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ତଥା ସ୍ୱାସ୍ଥ୍ୟ, ପରିବେଶ, ସମାଜସେବା ଆଦି କ୍ଷେତ୍ରରେ ଜିଲ୍ଲାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ପରେଡ୍‌ ପ୍ରତିଯୋଗିତାରେ ଶ୍ରେଷ୍ଠ ୮ ଟି ଦଳ ମଧ୍ୟରେ ସିନିୟର ଡିଭିଜନ ଏନ୍‌.ସି.ସି ବିଭାଗରେ ଆର୍ମଡ୍‌ ସ୍କାଡର୍ନ ଏନ୍‌.ସି.ସି ପ୍ରଥମ, ଜୁନିଅର ଡିଭିଜନ ଏନ୍‌ସିସି ବିଭାଗରେ ୱାନ-ଓଡିଶା ବାଟାଲିୟନ ଏନସିସି ପ୍ରଥମ, ସିନିୟର ସିଭିଲିୟାନ କଲେଜ୍‌ ବାଳକ ବିଭାଗରେ ଖ୍ରୀଷ୍ଟ ମହାବିଦ୍ୟାଳୟ ପ୍ଲାଟୁନ୍‌ ପ୍ରଥମ, ସିନିୟର ସିଭିଲିୟାନ କଲେଜ୍‌ ମହିଳା ବିଭାଗରେ ଇମର୍ତ୍ତୀଦେବୀ ମହିଳା ମହାବିଦ୍ୟାଳୟ ପ୍ରଥମ, ଜୁନିଅର ସିଭିଲିୟାନ ସ୍କୁଲ ସ୍ତରୀୟ ବାଳକ ବିଭାଗରେ ଖ୍ରୀଷ୍ଟ କଲିଜିଏଟ୍‌ ସ୍କୁଲ-୧ମ, କେନ୍ଦ୍ରୀୟ ବିଦ୍ୟାଳୟ ସେକ୍ଟର-୧, ସିଡିଏ ଦ୍ୱିତୀୟ, ଜୁନିଅର ସିଭିଲିୟାନ ସ୍କୁଲ ସ୍ତରୀୟ ବାଳିକା ବିଭାଗରେ ଡିଏଭି ପବ୍ଲିକ୍‌ ସ୍କୁଲ ସେକ୍ଟର-୬ ସିଡିଏ ପ୍ରଥମ, ରେବାଦେବୀ ଗାର୍ଲସ୍‌ ହାଇସ୍କୁଲ ପ୍ଲାଟନ୍‌ଙ୍କୁ ଦ୍ୱିତୀୟ ବିବେଚିତ କରାଯାଇ ପୁରସ୍କୃତ କରାଯାଇଥିଲା ।

ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମୀନକେତନ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ପରେଡ୍‌ କମାଣ୍ଡାଣ୍ଟ ସୂର୍ଯ୍ୟକାନ୍ତ ମହାନ୍ତି (ପୁଲିସ୍‌ କମିସନରେଟ୍‌,କଟକ), ମାଷ୍ଟର ଅଫ୍‌ ସେରିମନି ସନ୍ତୋଷ କୁମାର ସାହୁ ପ୍ରମୁଖ ପରେଡ୍‌ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁ, ମେୟର ମିନାକ୍ଷୀ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ଡେପୁଟି ମେୟର ଅଜୟ କୁମାର ବାରିକ, ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, ଡିସିପି ଅଖିଳେଶ୍ୱର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସାଧାରଣତନ୍ତ୍ର ଦିବସ ଅବସରରେ ପୁଲିସ ପଦକ ପ୍ରଦାନ

publive-image

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe