କଂଟାବାଞ୍ଜି : କଂଟାବାଞ୍ଜିରେ ରାଜ୍ୟସ୍ତରୀୟ ରୋଲର୍ ସ୍କେଟିଙ୍ଗ୍ ପ୍ରତିଯୋଗିତା ଆସନ୍ତା ୬ ଓ ୭ ତାରିଖ ଦିନ ଆୟୋଜିତ ହେବ। ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ଏ ନେଇ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ସ୍କେଟିଙ୍ଗ୍ ଏସୋସିଏସନର ସଭାପତି ବରିୟାମ ସିଂ ସାଲୁଜା, କୋଚ୍ ନିମିଶ ଶର୍ମା ଓ ରାକେଶ ଶର୍ମା।
କଂଟାବାଞ୍ଜସ୍ଥିତ ମୁସ୍କାନ ଇଣ୍ଟରନ୍ୟାସନାଲ ସ୍କୁଲ ଖେଳପଡ଼ିଆରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୬ଟି ଗ୍ରୁପରେ ଖେଳାଳିମାନେ ଭାଗନେବେ। କୁଆରଡୋ ଏବଂ ଇନ୍ଲାଇନ ଦୁଇ ପ୍ରକାର ଖେଳରେ ସମସ୍ତ ପ୍ରତିଯୋଗୀଙ୍କୁ ଚୟନ କରାଯିବା ଚାମ୍ପିଅନ୍ସିପ୍ରେ ମାନପତ୍ର ଦିଆଯିବ। ଚୟନ ହୋଇଥିବା ଖେଳାଳିମାନଙ୍କୁ ଜାତୀୟ ସ୍ତରର ଖେଳରେ ସାମିଲ କରାଯିବ ବୋଲି କୋଚ୍ମାନେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁସ୍କାନ ଇଣ୍ଟରନ୍ୟାସନାଲ ସ୍କୁଲ ଅଧ୍ୟକ୍ଷ ବ୍ରଜେଶ ମିତ୍ତଲ, ସୁଶୀଲ ଶର୍ମା, ଅଜୟ ଅଗ୍ରଓ୍ବାଲ ସହଯୋଗ କରୁଛନ୍ତି।
Follow Us