ରାଜ୍ୟସ୍ତରୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା: ୧୮ଟି ପଦକ ସହ ମୟୂରଭଞ୍ଜ ରନର୍ସଅପ୍‌

Advertisment
ରାଜ୍ୟସ୍ତରୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତା: ୧୮ଟି ପଦକ ସହ ମୟୂରଭଞ୍ଜ ରନର୍ସଅପ୍‌

ବାରିପଦା/ବେତନଟୀ: ଭୁବନେଶ୍ବର ମଞ୍ଚେଶ୍ବରଠାରେ ପାୱାର ଲିଫ୍ଟ ଆସୋସିଏସନ୍‌ ଅଫ୍ ଓଡ଼ିଶା ପକ୍ଷରୁ ଗତ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୟୂରଭଞ୍ଜ ଦଳ ଦ୍ବିତୀୟ ରନର୍ସ-ଅଫ୍ ହେବାର ଗୌରବ ଅର୍ଜନ କରିଥିବା ବେଳେ ୧୮ଟି ପଦକ ହାସଲ କରିଛି। ଖେଳାଳି ରୂପାଲି ପଲେଇ, ଲକ୍ଷ୍ମୀମଣି ସିଂ, ମିଲି ନାୟକ, ସ୍ବାତୀ ସଂକଳ୍ପ ମଣ୍ଡଳ, ସେହନାଜ ବେଗମ, ଆଶିଷ ମହାନ୍ତ, ପପୁ ପାତ୍ର, ସମରେନ୍ଦ୍ର ମହାନ୍ତ, ରଜତ କୁମାର ଜେନା, ସଂଗ୍ରମା ବେହେରା, ବିକ୍ରମ ବେହେରା, ସତ୍ୟାନନ୍ଦ ଜେନା, ବିଶ୍ବଜିତ ତ୍ରିପାଠୀ, ଗୌତମ ବିଶ୍ବାଳ ପ୍ରମୁଖ ଖେଳାଳି ଭଲ ଖେଳ ପ୍ରଦର୍ଶନ କରି ୯ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ଗୋଟିଏ ତାମ୍ରପଦକ ହାସଲ କରିଛନ୍ତି।

ଜିଲ୍ଲା ପାଇଁ ଗୌରବ ଆଣିଥିବା ସମସ୍ତ ଖେଳାଳିମାନଙ୍କୁ ପାୱାରଲିଫ୍ଟିଂ ଆସୋସିଏସନ୍‌, ମୟୂରଭଞ୍ଜର ଅଧ୍ୟକ୍ଷ ଗିରି ଚନ୍ଦ୍ର ଦାସ, କାର୍ଯ୍ୟକାରୀ ସଭାପତି କୃଷ୍ଣାନନ୍ଦ ମହାନ୍ତି, ସଭାପତି ଅରୂପ ଦାସ, ଉପସଭାପତି ସ୍ବରୂପ ପଟ୍ଟନାୟକ, ଇଂ. ବିପ୍ଳବ ରଂଜନ ବୁଗୁଡ଼େଇ, ତରୁଣ ମହାନ୍ତି ଓ ଅମିତାଭ ସାହୁ, ସମ୍ପାଦକ ଜିତେନ୍ଦ୍ର ବେହେରା, ସହ ସମ୍ପାଦକ ଲୋହିତ ଦାସ, ସତ୍ୟପ୍ରକାଶ ନାୟକ, ସତ୍ୟାନନ୍ଦ ଜେନା, କୋ‌ଷାଧ୍ୟକ୍ଷ ବିକ୍ରମ ବେହେରା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe