ଲକ୍ଷେ କୋଟିର ଋଣ ବୋଝ

Advertisment

୨୦୨୦ ମାର୍ଚକୁ ଋଣ ଛୁଇଁବ ୧.୦୬ଲକ୍ଷ କୋଟି, ବଜାରରୁ ଉଠିବ ୧୬ହଜାର ୪୩୪ କୋଟି, ସରକାର ସୀମା ଭିତରେ ଅଛନ୍ତି: ଅର୍ଥ ସଚିବ

୨୦୨୦ ମାର୍ଚକୁ ଋଣ ଛୁଇଁବ ୧.୦୬ଲକ୍ଷ କୋଟି, ବଜାରରୁ ଉଠିବ ୧୬ହଜାର ୪୩୪ କୋଟି, ସରକାର ସୀମା ଭିତରେ ଅଛନ୍ତି: ଅର୍ଥ ସଚିବ

କଟକ ଅର୍ବାନ ବ୍ୟାଙ୍କ୍‌: ଋଣ ଜାଲିଆତି ପଛରେ କିଏ?

ଭୁବନେଶ୍ବର : କଂଗ୍ରେସ ସରକାର ଶାସନରେ ଥିବା ବେଳେ ରାଜ୍ୟର ଋଣ ଭାର ୧୮ ହଜାର େକାଟି ଟଙ୍କା ଛୁଇଁଥିଲା। ଖାସ୍ ଏଇଥିପାଇଁ ସେ ସମୟରେ ଏତେ ବଦନାମ େହାଇଥିଲେ େଯ ୨୦୦୦ ମସିହାରେ କେଂଗ୍ରସ କ୍ଷମତାରୁ ହଟିବା ପଛରେ ଅେନକ କାରଣ ମଧ୍ୟରୁ ଏହା େଗାଟିଏ େବାଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହନ୍ତି।

୨୦୧୯-୨୦ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ପରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ହିସାବ ସୂଚାଇଛି େଯ ଆର୍ଥିକ ବର୍ଷର େଶଷ ବେଳକୁ ରାଜ୍ୟର େମାଟ ଋଣ ୧ଲକ୍ଷ େକାଟି େଡଇଁ ସାରିଥିବ। ଅର୍ଥ ସଚିବ ଅଶୋକ ମୀନାଙ୍କ ସୂଚନା ଅନୁସାେର ଏହା ୧ଲକ୍ଷ ୬ ହଜାର େକାଟି େହାଇପାରେ।

ଅର୍ଥ ସଚିବ କହିଛନ୍ତି, ୨୦୧୯-୨୦ ବର୍ଷରେ େଖାଲାବଜାରରୁ ୧୬ ହଜାର ୪୩୪ େକାଟି ଟଙ୍କା ଋଣ ଉଠାଯିବାକୁ ଲକ୍ଷ୍ୟ ରଖାଯାଇଛି। ସମୁଦାୟ ୨୩ ହଜାର ୭୮୪ େକାଟି ଟଙ୍କା ସରକାର ବିଭିନ୍ନ େକ୍ଷତ୍ରରୁ ଋଣ କରିବେ। ଏହା ପରେ ବି ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ୧୯.୭ % ହେବ। ଆର୍ଥିକ ଉତ୍ତରଦାୟୀ ଓ ବିତ୍ତୀୟ ପରିଚାଳନା ଆଇନ ଅନୁସାରେ ବକେୟା ଋଣ ଓ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ଅନୁପାତ ୨୫%ରୁ କମ୍‌ ହେବା ଆବଶ୍ୟକ। ଏହି ସୀମା ଭିତରେ ସରକାର ଅଛନ୍ତି। କେବଳ ସେତିକି ନୁହେଁ, ସରକାର ପାଖାପାଖି ୪ହଜାର ୭୦୦ େକାଟି ଟଙ୍କା ଋଣ ପରିଶୋଧ କରିବେ। ୨୦୧୯-୨୦ରେ ରାଜ୍ୟ ଜିଡିପି ୫ଲକ୍ଷ ୪୦ ହଜାର ୮୧୨ େକାଟି ଟଙ୍କା ଆକଳନ କରାଯାଇଛି।

ମାର୍ଚ ସୁଦ୍ଧା ରାଜ୍ୟର େମାଟ ଋଣ ପରିମାଣ ୮୭ ହଜାର ୬୫୦ େକାଟିକୁ ଛୁଇଁବ େବାଲି ଆକଳନ କରାଯାଇଥିଲା। ଏହା ସାମଗ୍ରିକ ଘରୋଇ ଉତ୍ପାଦର ୧୮% ଥିଲା। କିନ୍ତୁ ୨୦୧୮-୧୯ ବର୍ଷର ମାର୍ଚ୍ଚ ସୁଦ୍ଧା ୫୫୦୦ େକାଟି ଟଙ୍କା େଖାଲା ବଜାରରୁ ଉଠାଯାଇଛି। ସେ ସମୟ ସୁଦ୍ଧା େମାଟ ଋଣ ପରିମାଣ ୭୯ ହଜାର ୮୦୦ େକାଟି ଛୁଇଁଛି।

ସରକାର ଯୁକ୍ତି ରଖିଛନ୍ତି, ଋଣ ଆଣି ଭିତ୍ତିଭୂମି ବିକାଶ ଦିଗରେ ବିନିେଯାଗ କରାଯାଉଛି। ଏ େକ୍ଷତ୍ରରେ େଯଉଁ ଲକ୍ଷ୍ମଣରେଖା ଟଣାଯାଇଛି, ତା ଭିତରେ ଓଡ଼ିଶା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe