ଝିଅଙ୍କୁ ହଇରାଣ କଲେ ପୁଲିସ୍‌ ପଠାଇବ ନାଲିକାର୍ଡ, ସ୍ବତନ୍ତ୍ର ଆଇନ ବଳରେ ବର୍ଷେ ପାଇଁ ଯୁବକଙ୍କୁ କରାଯିବ ତଡ଼ିପାର

Advertisment

ମହିଳା ସଶକ୍ତିକରଣକୁ କମିଶନରେଟ୍‌ ପୁଲିସର ଗୁରୁତ୍ୱ

ମହିଳା ସଶକ୍ତିକରଣକୁ କମିଶନରେଟ୍‌ ପୁଲିସର ଗୁରୁତ୍ୱ

ଝିଅଙ୍କୁ ହଇରାଣ କଲେ ପୁଲିସ୍‌ ପଠାଇବ ନାଲିକାର୍ଡ, ସ୍ବତନ୍ତ୍ର ଆଇନ ବଳରେ ବର୍ଷେ ପାଇଁ ଯୁବକଙ୍କୁ କରାଯିବ ତଡ଼ିପାର

ଭୁବନେଶ୍ବର: ଏଣିକି ମହିଳାଙ୍କୁ କମେଣ୍ଟ କିମ୍ବା ହଇରାଣ ହରକତ କଲେ ଆଉ ନିସ୍ତାର ପାଇବେନି ରୋଡ୍‌ ରୋମିଓ। ଅଭିଯୋଗରେ ସତ୍ୟତା ଥିଲେ ଉକ୍ତ ଯୁବକଙ୍କୁ ବର୍ଷେ ପାଇଁ ତଡ଼ିପାର କରାଯିବ । ଆଜି କମିସନରେଟ୍‌ ପୁଲିସର ୧୨ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ଏଭଳି ଏକ କଠୋର ନିଷ୍ପତ୍ତି ଶୁଣାଇଛନ୍ତି ପୁଲିସ୍‌ କମିସନର ସୁଧାଂଶୁ ଷଡଙ୍ଗୀ।

ଏଥିପାଇଁ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ସାଧାରଣ ମହିଳାଙ୍କୁ ନେଇ ଏକ ସ୍ବତନ୍ତ୍ର ପୁଲିସ ଅଫିସର ବା ଏସପିଓ ଭାବେ ନିଯୁକ୍ତି ଦିଆଯାଇଛି। ଯେଉଁଥିରେ ପାଖାପାଖି ୨୪୬ଜଣ ମହିଳା ସାମିଲ ହୋଇଛନ୍ତି। ତେବେ ବଡ଼ କଥା ହେଉଛି, ଏହି ଏସପିଓମାନେ ପୁଲିସକୁ ସବୁପ୍ରକାରର ସୂଚନା ଦେବେ।  ଏପରିକି ସେମାନେ ଚାହିଁଲେ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିପାରିବେ। ଏଥିପାଇଁ ଏମାନଙ୍କୁ ସାମିୟକ ଭାବେ ୩ମାସ ପାଇଁ ନିଯୁକ୍ତି ଦିଆଯାଇଛି। କାହାକୁ ସୁରକ୍ଷା ଦରକାର, କେଉଁଠି ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି ଏସବୁ ଦିଗରେ କଡ଼ା ନଜର ରଖିବେ ଏସପିଓର ସଦସ୍ୟମାନେ।

publive-image

ସେହିଭଳି ଯଦି କୌଣସି ଯୁବକ ଝିଅମାନଙ୍କୁ କମେଣ୍ଟ ବା ହଇରାଣ ହରକତ କରୁଥିବାର ନଜର ଆସନ୍ତି ତେବେ ତାକୁ ଏକ ନାଲିକାର୍ଡ ନୋଟିସ କରାଯିବା ସହ ଉକ୍ତ ଯୁବକର ଅଭିଭାବକ କିମ୍ବା ଓକିଲ ଏବାବଦରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯିବ। ଆଉ ଯଦି ସେମାନଙ୍କ ଉତ୍ତର ସନ୍ତୋଷଜନକ ନହୁଏ ତେବେ ଉକ୍ତ ଯୁବକ ଜଣକ ଯେଉଁ ଜାଗାରେ ମହିଳାଙ୍କୁ ହଇରାଣ ବା କମେଂଟ ମାରୁଥିଲେ ସେଠାରୁ ତାଙ୍କୁ ସ୍ବତନ୍ତ୍ର ଆଇନ ବଳରେ ବର୍ଷେ ଯାଏଁ ନ ଆସିବାକୁ ନିର୍ଦ୍ଦେଶ ଦିଆଯିବ ବା ବର୍ଷେ ପାଇଁ ଉକ୍ତ ସ୍ଥାନରୁ ତଡ଼ିପାର କରାଯିବ ବୋଲି କହିଛନ୍ତି ପୁଲିସ୍‌ କମିସନର ସୁଧାଂଶୁ ଷଡଙ୍ଗୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe