ପାରଳାଖେମୁଣ୍ତି : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅତ୍ୟାଧୁନିକ ଶରୀର ରୋଗ ଚିହ୍ନଟ କରିବା ଯନ୍ତ୍ର ଉଦ୍ଘାଟନ ହୋଇଛି। ଏହାଦ୍ବାରା ହୃଦ୍ରୋଗ, କ୍ୟାନ୍ସର, କାମଳରୋଗ ସମେତ ୫୦ ପ୍ରକାର ରୋଗର ପରୀକ୍ଷା ୧୫ ରୁ ୨୦ ମିନିଟ ମଧ୍ୟରେ ଜଣାପଡିବ। ଯାହା ଦ୍ବାରା ରୋଗୀଙ୍କୁ ସଠିକ ଚିକିତ୍ସା ଠିକଣା ସମୟରେ କରାଯାଇପାରିବ। ତେଣୁ ଜିଲ୍ଲାବାସୀ ଏହାର ସୁବିଧା ନେବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଉପଜିଲ୍ଲାପାଳ ସ˚ଗ୍ରାମ ଶେଖର ପଣ୍ତା କହିଛନ୍ତି। ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପି.କେ ପାତ୍ର, ଅତିରିକ୍ତ ଚିକିତ୍ସାଧିକାରୀ ଡା.ଏସ୍.କେ ମୁନିର, ଡା. ଏମ. ଅଲ୍ଲି , ଡା. ରମେଶଚନ୍ଦ୍ର ମହାପାତ୍ର, ଡ.ପ୍ରମୋଦ ପାତ୍ର, ଟେକ୍ନିସିଆନ ପ୍ରମୋଦ ଚନ୍ଦ୍ର ସାହୁ, ଅରୁଣ ପାତ୍ର ଓ ବୃନ୍ଦାବନ ଚୌଧୁରୀ ଉପସ୍ଥିତ ରହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us