କୋଟିଆ ଦୁଆରେ ପ୍ରଶାସନ : ବ୍ୟାଙ୍କ ସେବା ଆରମ୍ଭ, ଖୁବ୍‌ଶୀଘ୍ର ଥାନା ଖୋଲିବ

ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ, ଆଇନଶୃଙ୍ଖଳା ସ୍ଥିତି ଅନୁଧ୍ୟାନ

କୋଟିଆ ଦୁଆରେ ପ୍ରଶାସନ : ବ୍ୟାଙ୍କ ସେବା ଆରମ୍ଭ, ଖୁବ୍‌ଶୀଘ୍ର ଥାନା ଖୋଲିବ

କୋରାପୁଟ/ପଟାଙ୍ଗୀ : ଗୋଟିଏ ଦିନରେ କୋଟିଆ ପାଇଁ ସବୁକିଛି ଅଜାଡ଼ି ଦେଇଛନ୍ତି ପ୍ରଶାସନ। ବ୍ୟାଙ୍କସେବାଠାରୁ ଆରମ୍ଭ କରି ନିର୍ମାଣ ଶ୍ରମିକ ପରିଚୟ ପତ୍ର ପର୍ଯ୍ୟନ୍ତ ବ୍ୟବସ୍ଥା କରିଛନ୍ତି। ନୂଆ ଥାନା ଖୋଲିବା ପାଇଁ ବିଧିବଦ୍ଧ ପ୍ରକ୍ରିୟା ବି ଆରମ୍ଭ କରିଛନ୍ତି। ଏଥିସହିତ ଆଇନ୍‌ଶୃଙ୍ଖଳା ପରିସ୍ଥିତିର ମଧ୍ୟ ତର୍ଜମା କରାଯାଇଛି। ଆଜିଠାରୁ ଏକରକମର ଏହି ବିବାଦୀୟ ସ୍ଥଳୀରେ ରାଜ୍ୟ ପକ୍ଷରୁ ଏକ ବଡ଼ଧରଣର ପଦକ୍ଷେପ ଆରମ୍ଭ ହୋଇଛି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୨ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। ଏବେ ଏହି କୋଟିଆ ଅଂଚଳରେ ନିଜର ଆଧିପତ୍ୟ ଦେଖାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ଓଡ଼ିଶା। କିଛି ଦିନ ତଳେ କୋରାପୁଟ ଜିଲ୍ଲାପାଳ କୋଟିଆ ଯାଇ ସ୍ଥିତି ସମୀକ୍ଷା କରିଥିଲା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଟିମ କୋଟିଆ ଯାଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିମନ୍ତେ ଜାଗା ଚିହ୍ନଟ କରିଥିଲେ। ଏପଟେ ଆଜିଠାରୁ ଆରମ୍ଭ ହୋଇଛି ବ୍ୟାଙ୍କ ସେବା। ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଏକ ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଛି। ଅନ୍ୟପକ୍ଷରେ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଆଜି କୋଟିଆରେ ଶ୍ରମ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଛି। ଏହି ଅବସରରେ ୧୧୮ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। କୋଟିଆରେ ବ୍ୟାଙ୍କ ସେବା ପରେ ଥାନା ପ୍ରତିଷ୍ଠା ନେଇ ପ୍ରକ୍ରିୟା ଆରମ୍ଭ ହେବାରୁ ଅଂଚଳରେ ନୂତନ ଆଶାର ସଂଚାର ହୋଇଛି।
ସେହିଭଳି, ଦକ୍ଷିଣ-ପଶ୍ଚିମାଞ୍ଚଳ ରେଂଜ ଡିଆଇଜି ଆଶିଷ ସିଂହ ଓ କୋରାପୁଟ ଏସପି ଡ. କନଓ୍ଵର ବିଶାଳ ସିଂହ ଆଜି କୋଟିଆ ଯାଇ ସେଠାରେ ସ୍ଥିତି ଅନୁଧ୍ୟନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe