୫ ହଜାର ସ୍ୟାଚେଟ୍‌ ୨-ଡିଜି ମାଗିଲା ରାଜ୍ୟ

୫ ହଜାର ସ୍ୟାଚେଟ୍‌ ୨-ଡିଜି ମାଗିଲା ରାଜ୍ୟ

The Logical Indian

ଭୁବନେଶ୍ବର : କୋଭିଡ ରୋଗୀଙ୍କ ସଂକ୍ରମଣ ହ୍ରାସ କରିବାରେ ସଫଳ ହୋଇଥିବା ୨-ଡିଜି ଔଷଧର ୫ ହଜାର ସ୍ୟାଚେଟ୍‌ (ପୁଡ଼ିଆ) ଓଡ଼ିଶା ସରକାର ଅର୍ଡର କରିଛନ୍ତି। ଏ ନେଇ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ୍‌ ଏହି ଔଷଧ କିଣିବା ପାଇଁ ହାଇଦ୍ରାବାଦ ସ୍ଥିତ ଡା. ରେଡ୍ଡି ଲାବୋରେଟରିକୁ ଚିଠି ଲେଖିଛି।

ପ୍ରକାଶଥାଉକି, ୨-ଡିଅକ୍ସି-କୋଜର ମିଶ୍ରିତ ନାଁ ୨-ଡିଜି ପାଉଡର କୋଭିଡ ଆକ୍ରାନ୍ତ ରୋଗୀଙ୍କ କ୍ଷେତ୍ରରେ ଶୀଘ୍ର କାମ ଦେଉଛି। ଏପରିକି ସଂକ୍ରମଣ କମାଇ ରୋଗୀର ବାହ୍ୟ ଅକ୍ସିଜେନ୍‌ ନିର୍ଭରଶୀଳତାକୁ ହ୍ରାସ କରିପାରୁଛି। ଏସିଏସ୍‌ ଶ୍ରୀ ମହାପାତ୍ର କହିଛନ୍ତି, ଏହି ଔଷଧ ବଜାରରେ ଆସନ୍ତା ଜୁନ୍‌ ମାସ ୧୦ ତାରିଖ ବେଳକୁ ବଜାରରେ ଉପଲବ୍ଧ ହେବା ସମ୍ଭାବନା ରହିଛି। ତା ପୂର୍ବରୁ ରାଜ୍ୟ ସରକାର କୋଭିଡ ରୋଗୀଙ୍କ ପାଇଁ ଏହି ଔଷଧ ମଗାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe