ରାଜ୍ୟ ସମ୍ପତ୍ତିକୁ ଟାଟା କମ୍ପାନି ହାତରେ ଟେକି ଦେଉଛନ୍ତି ଓଇଆର୍‌ସି: କଂଗ୍ରେସ

ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଦାୟିତ୍ବ ନେଲେ ପ୍ରଦୀପ ମାଝୀ

The Asian Age

ଭୁବନେଶ୍ବର : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି) ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ଟାଟା କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଥିଲେ ଯେ ଓଇଆର୍‌ସି ‌କୌଣସି ନିୟମ ନ ମାନି ସେସୁ, ସାଉଥ୍‌କୋ ଓ ୱେସ୍କୋ ପରି ସଂସ୍ଥାକୁ ଟାଟା କମ୍ପାନି ସମୂହକୁ ବିକ୍ରି କରି ମୁନାଫା ଉଠାଇଛନ୍ତି। ଏହା ରାଜ୍ୟବାସୀଙ୍କ ସ୍ବାର୍ଥ ବିରୋଧୀ।

ବିଦ୍ୟୁତ ନିୟମ ୨୦୦୩ର ଧାରା ୨୦ ଅନୁଯାୟୀ ଜଣେ ବିଡର୍‌ ଗୋଟିଏ ସଂସ୍ଥାକୁ ଦୁଇଟି କମ୍ପାନିକୁ ବିକ୍ରି କରିପାରିବ ନାହିଁ। ସେହିପରି ବିଦ୍ୟୁତ ନିୟମ ଧାରା ୬୦ରେ ଉଲ୍ଲେଖ ଅଛି ଯେ କୌଣସି ଗୋଟିଏ ଘ‌େରାଇ ସଂସ୍ଥା ସମସ୍ତ ବିଦ୍ୟୁତ ବଜାରକୁ ନିୟନ୍ତ୍ରଣ କରିପାରିବ ନାହିଁ। ତେଣୁ ଏଥିରେ ବେଆଇନ୍ କାର୍ଯ୍ୟ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଏହି ବିକ୍ରି ସମୟରେ ପୂର୍ବରୁ କର୍ମଚାରୀମାନଙ୍କର ଥିବା ୧୦ ପ୍ରତିଶତ ଅଂଶଧନକୁ ମଧ୍ୟ ବେନିୟମ ଭାବେ ରଦ୍ଦ କରାଯାଇଛି। ଏହି କାର୍ଯ୍ୟରେ ରାଜ୍ୟ ସରକାର ଓଇଆର୍‌ସିକୁ ପ୍ରୋତ୍ସାହନ ଦେଇ ଘରୋଇ କମ୍ପାନି ପାଇଁ ପଥ ପରିଷ୍କାର କରି ଦେଇଛନ୍ତି। ବର୍ତ୍ତମାନ ଟାଟା କମ୍ପାନିକୁ ଲାଇସେନ୍ସ ଦେଇ ସରକାର ଓ ଓଇଆର୍‌ସି ରାଜ୍ୟବାସୀଙ୍କ ସ୍ବାର୍ଥକୁ ଅଣଦେଖା କରିଛନ୍ତି। ଦେଶ କୋଭିଡ୍‌ ସମସ୍ୟା ଦେଇ ଗତି କରୁଥିଲା ବେଳେ ଓଇଆର୍‌ସି ଖୁବ୍ ତରବରିଆ ଭାବେ ଘରୋଇ କମ୍ପାନିକୁ ଆହ୍ବାନ କରିବା କ୍ଷୋଭର ବିଷୟ। ଏ ସମ୍ପର୍କରେ ଅନ୍ୟମାନଙ୍କ ପରାମର୍ଶକୁ ବେଖାତିର କରି ଟାଟା କମ୍ପାନି ପ୍ରତି ଦରଦ ଦେଖାଇବା ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଶ୍ରୀ ମାଝୀ କହିଛନ୍ତି। ଏହି ବେନିୟମ କାର୍ଯ୍ୟକୁ ରାଜ୍ୟବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ପ୍ରତ୍ୟାହାର କରିବାକୁ କଂଗ୍ରେସ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ରଶ୍ମୀ ମହାପାତ୍ର, ସ୍ମୃତିରେଖା ପହି ଓ ଆକାଶ ଭୂୟାଁ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe