ଆଉ କଲେଜ୍‌ ପରିଚାଳନା କମିଟିରେ ରହିବେନି ନେତା, ରାଜ୍ୟ କ୍ୟାବିନେଟ୍‌ରେ ୭ଟି ପ୍ରସ୍ତାବ ପାରିତ ନେଇ ସୂଚନା

Advertisment
୮ ଓଏଏସ୍‌ ଅଧିକାରୀଙ୍କ ବଦଳି

telegraphindia.com

ଭୁବନେଶ୍ବର : ଏଣିକି କଲେଜ୍‌ ପରିଚାଳନା କମିଟିରେ ଆଉ ରାଜନେତା ରହିପାରିବେନି। ଏଥିପାଇଁ ଓଡ଼ିଶା ଏଜୁକେସନ୍‌ (ଏଷ୍ଟାବ୍ଲିସ୍‌ମେଣ୍ଟ୍‌, ରେକଗ୍‌ନିସନ୍‌ ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ୍‌ ଅଫ୍‌ ପ୍ରାଇଭେଟ୍‌ କଲେଜ୍‌) ରୁଲ୍‌ସ୍‌-୧୯୯୧ରେ ଆବଶ୍ୟକ ସଂଶୋଧନ କରିବେ ସରକାର। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ଉଚ୍ଚଶିକ୍ଷା ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛି। ବିଧାନସଭା ଚାଲୁଥିବାରୁ କ୍ୟାବିନେଟ୍‌ ବୈଠକ ସମ୍ପର୍କରେ ବିଦ୍ଧିବଦ୍ଧ ଭାବେ ସୂଚନା ପ୍ରଦାନ କରାଯାଇ ନଥିବାବେଳେ ଅସମର୍ଥିତ ସୂତ୍ର ଅନୁଯାୟୀ ୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ମାରିଛି।

ସୂଚନା ଅନୁୟାୟୀ, ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବ ଅନୁଯାୟୀ ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ୍‌ କମିସନ୍‌ ରୁଲ୍‌ସ୍‌ ୧୯୯୩, ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନ୍‌ଙ୍କ ଅଧ୍ୟକ୍ଷ ଓ ସଦସ୍ୟ ଚୟନ ରୁଲ୍‌ସ୍‌ ୧୯୯୫ ଓ ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ରେ ଆବଶ୍ୟକ ସଂଶୋଧନକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ସେହିପରି ଏସ୍‌ସି-ଏସ୍‌ଟି ବିକାଶ ବିଭାଗର ପ୍ରସ୍ତାବ ଅନୁଯାୟୀ ଓବିସି କମିସନ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଥିଲା। ପୂର୍ତ୍ତ ବିଭାଗର ପ୍ରସ୍ତାବ ଅନୁଯାୟୀ, ବାରିପଦା ସ୍ଥିତ ସରକାରୀ ମେଡିକାଲ୍‌ କଲେଜ୍‌ର ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ କୋଠା ନିର୍ମାଣ ଓ ସୁନ୍ଦରଗଡ଼ ଜିଲ୍ଲାରେ ବାଙ୍କିବାହାଲ କୋଇଲା ଖଣିରୁ ଭେଡ଼ବାହାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଚୟନ ହୋଇଥିବା ଟେଣ୍ଡରକୁ ଅନୁମୋଦନ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe