State Pollution Control Board team to inspect Gadakana garbage dump Photograph: (sambad.in)
ଭୁବନେଶ୍ବର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଟିମ୍ ଗାଡ଼କଣ ଅଳିଆ ଗଦା ସ୍ଥିତି ମଙ୍ଗଳବାର ସମୀକ୍ଷା କରିବା ନେଇ ଭୁବନେଶ୍ୱର ମହାନଗର ନିଗମକୁ ଚିଠି କରିଛନ୍ତି। ବିନା କୌଣସି ସ୍ୱୀକୃତିରେ ଗାଡ଼କଣଠାରେ ଦୀର୍ଘ ବର୍ଷ ଧରି ବେଆଇନ ଭାବେ ଅଳିଆ ପକାଯିବାକୁ ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ସ୍ଥିତି ସମୀକ୍ଷା କରିବେ।
ସୈନିକ ସ୍କୁଲ ବଞ୍ଚାଅ ଓ ଅଳିଆ ଗଦା ହଟାଅ ଅଭିଯାନ ପକ୍ଷରୁ ଦୀର୍ଘଦିନ ଧରି ଆନ୍ଦୋଳନ କରାଯାଉଥିବା ବେଳେ ସୋମବାର ଅଭିଯାନର ଏକ ପ୍ରତିନିଧି ମଣ୍ଡଳୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ବିଏମସି ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ପ୍ରଦୂଷଣ ବୋର୍ଡ ବିଏମସିକୁ
ସେପ୍ଟେମ୍ବର ୩ ତାରିଖ ସୁଦ୍ଧା ଅଭିଯୋଗର ଉତ୍ତର ସହ ନିୟମ ଅନୁପାଳନ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବିଏମସି ପକ୍ଷରୁ ଚିଠିର ଉତ୍ତର ନମିଳିବାରୁ ସୋମବାର ପୁଣି ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ବିଏମସି କମିସନରଙ୍କୁ ଚିଠି ହୋଇଛି।
ଆସନ୍ତା ୯ ତାରିଖ ସୁଦ୍ଧା ସଠିକ ଓ ସନ୍ତୋଷ ଜନକ ଉତ୍ତର ନଦେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ଚିଠିରେ ଉଲ୍ଲେଖ କରାଯାଇଛି।
ମଙ୍ଗଳବାର ଗାଡ଼କଣ ଅଳିଆ ଗଦା ଓଟିଟିଏସର ସ୍ଥିତି ସମୀକ୍ଷା ଓ ଯାଞ୍ଚ ରାଜ୍ୟ ପ୍ରଦୂଷଣ ବୋର୍ଡର ଏକ ଟିମ୍ କରିବେ। ଯାଞ୍ଚ ସମୟରେ ଦାୟିତ୍ୱରେ ଥିବା ଅଧିକାରୀ ଉପସ୍ଥିତ ରହି ଆବଶ୍ୟକୀୟ ଦସ୍ତାବିଜ ସହ ସମସ୍ତ ଅନୁଧ୍ୟାନରେ ସହଯୋଗ ପାଇଁ ପ୍ରଦୂଷଣ ବୋର୍ଡ ନିର୍ଦ୍ଦେଶ ଦେଇଛନ୍ତି ।
Bhubaneswar Municipal Corporation (BMC) | State Pollution Control Board
Follow Us