ଇଚ୍ଛାମୃତ୍ୟୁ ଲୋଡ଼ିଲେ ଗୃହରକ୍ଷୀ ମହାସଂଘ ସଭାପତି

ଇଚ୍ଛାମୃତ୍ୟୁ ଲୋଡ଼ିଲେ ଗୃହରକ୍ଷୀ ମହାସଂଘ ସଭାପତି

ଯାଜପୁରସଦର : ଗୃହରକ୍ଷୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବିଚାରକୁ ବିରୋଧ କରି ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛାମୃତ୍ୟୁ ନିବେଦନ କରିଛନ୍ତି ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି ରଞ୍ଜନ ମଲ୍ଲିକ।

publive-image

ବର୍ତ୍ତମାନ ସମୟରେ ସେମାନେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି। ଗୃହରକ୍ଷୀମାନଙ୍କୁ ମାର୍ଚ୍ଚ ମାସରୁ ୯୦ ଦିନ ଭିତରେ ବର୍ଦ୍ଧିତ ଦରମା ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହି ସମୟସୀମା ସରିବାକୁ ଥିବାବେଳେ ରାଜ୍ୟ ସରକାର ପୁଣି ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ଫଳରେ, ରାଜ୍ୟର ୧୭ ହଜାର ଗୃହରକ୍ଷୀ ବର୍ଦ୍ଧିତ ଦରମା ସହ ବକେୟା ରାଶି ପାଇବାକୁ ନେଇ ସନ୍ଦେହ ଉପୁଜିଛି। ଗୃହରକ୍ଷୀଙ୍କ ସ୍ବାର୍ଥ ଲାଗି ସର୍ବସାଧାରଣ ସ୍ଥାନରେ ରାଜ୍ୟ ସଭାପତି ହିସାବରେ ମୃତ୍ୟୁଲାଗି ଅନୁମତି ଦିଆଯାଉ ବୋଲି ରଞ୍ଜନ ନିବେଦନ କରିଛନ୍ତି। ଏହି ପତ୍ରକୁ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe