ରାଜ୍ୟ ରେଡକ୍ରସ୍‌ ଥଇଥାନ କେନ୍ଦ୍ର ନହେଉ: ଦିଲ୍ଲୀପ ଦାଶଶର୍ମା

Advertisment
ରାଜ୍ୟ ରେଡକ୍ରସ୍‌ ଥଇଥାନ କେନ୍ଦ୍ର ନହେଉ: ଦିଲ୍ଲୀପ ଦାଶଶର୍ମା

Justdial

ଭୁବନେଶ୍ବର : ଭାରତୀୟ ରେଡ୍‌କ୍ରସ୍‌ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ଏବେ କିଛି ଲୋକଙ୍କର ଥଇଥାନ କେନ୍ଦ୍ର ପାଲଟି ଯାଇଛି ବୋଲି ରେଡ୍‌କ୍ରସ୍‌ ରାଜ୍ୟ ଶାଖା ସୁରକ୍ଷା ସମିତି, ଓଡ଼ିଶାର ଆବାହକ ଦିଲ୍ଲୀପ ଦାଶଶର୍ମା ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁଯାୟୀ, କିଛି ବର୍ଷ ତଳେ କଳ୍ପନା ଦାସ ଯୁବ ରେଡ୍‌କ୍ରସ୍‌ ଅଧିକାରୀ ଭାବେ ଆସିବା ପରେ ନିଜ ହାତରେ ଯୁଗ୍ମ-ସଚିବ ପଦବି ରଖିଲେ ଓ ଅବସର ପରେ କିଛି ଦିନ ସଚିବ ହେଲେ। ଏବେ ସେ କୋଷାଧ୍ୟକ୍ଷ ଭାବେ ଥଇଥାନ ହୋଇଛନ୍ତି। ସେହିଭଳି ବିନାୟକ ପୃଷ୍ଟି ରେଡ୍‌କ୍ରସ୍‌ ରାଜ୍ୟ ଶାଖାକୁ ସଚିବ ଭାବେ ଡେପୁଟେସନ୍‌ରେ ଆସିଲେ, ଏବେ ସେ ରେଡ୍‌କ୍ରସ୍‌ ରାଜ୍ୟ ଶାଖା ଅଧୀନରେ ଥିବା ରକ୍ତଭଣ୍ଡାରର ନିର୍ଦ୍ଦେଶକ ଅଛନ୍ତି। ସେହିଭଳି ୨୦୧୯ରେ ୨ବର୍ଷ ପାଇଁ ରେଡକ୍ରସ୍‌ ରାଜ୍ୟ ସଚିବ ପଦରେ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସି.ଟି.ଏମ୍‌ ସୁଗୁଣା ପୂର୍ବରୁ ହିଁ ରେଡ୍‌କ୍ରସ୍‌ ରକ୍ତ ଭଣ୍ଡାରର ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇସାରିଲେଣି। ରେଡକ୍ରସ୍‌ ଭଳି ଏକ ସେବାଭିତ୍ତିକ ଅନୁଷ୍ଠାନର ରାଜ୍ୟ ସଚିବ ହେବା ପରେ ରାଜ୍ୟ ରେଡକ୍ରସ୍‌ରେ ସେଭଳି କିଛି କାମ ନ କରି ରାଜ୍ୟ ସଚିବଠାରୁ ଆରମ୍ଭ କରି ଛୋଟ ଛୋଟ ପଦବି ଯଥା କୋଷାଧ୍ୟକ୍ଷ, ରକ୍ତ ଭଣ୍ଡାରର ଅଧ୍ୟକ୍ଷ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଁ ଯେଭଳି ବ୍ୟାକୁଳ ହେଉଛନ୍ତି, ତାହା ଆଜୀବନ ସଦସ୍ୟମାନଙ୍କୁ ବ୍ୟଥିତ କରୁଛି ବୋଲି ଶ୍ରୀ ଦାଶଶର୍ମା ଅଭିଯୋଗ କରିଛନ୍ତି। ଏଥିସହ ଏଭଳି ପରମ୍ପରା ବନ୍ଦ କରିବା ପାଇଁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe