ବୀମା ବିଳମ୍ବ ପାଇଁ ରାଜ୍ୟ ଦାୟୀ: କେନ୍ଦ୍ରମନ୍ତ୍ରୀ

Advertisment
ପୂର୍ବ ବର୍ଷ ତୁଳନାରେ ୨୪.୧୩ ଲକ୍ଷ ହେକ୍ଟର ଅଧିକ ଜମିରେ ରବିଚାଷ ହୋଇଛି: କୃଷି ମନ୍ତ୍ରୀ

Outlook India

ଭୁବନେଶ୍ବର : ଫସଲ ବୀମା ଯୋଜନା ପ୍ରସଙ୍ଗରେ ରାଜନୀତି ଥମୁନାହିଁ। ଆଜି ପୁଣି ଥରେ କେନ୍ଦ୍ର ଓ ରାଜ୍ୟ ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ଆଲୋଚନା କରିଥିଲେ। ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମାର ଚିଠି ଲେଖିଛନ୍ତି। ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ରାଜ୍ୟକୁ ଦାୟୀ କରିଛନ୍ତି।

କୃଷିମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଳେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ଦାୟିତ୍ୱ ରାଜ୍ୟର। ଏଥିପାଇଁ ଟେଣ୍ଡର କରିବା, ବୀମା କମ୍ପାନିକୁ ‘କ୍ଲଷ୍ଟର ଅଫ୍ ଡିଷ୍ଟ୍ରିକ୍ଟ’ ପ୍ରଦାନ କରିବା ଓ ଚୁକ୍ତି କରିବା ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ୱ। କିନ୍ତୁ ଏଥିପାଇଁ ଥିବା ନିୟମକୁ ରାଜ୍ୟ ସରକାର ଅନୁସରଣ କରିନାହାନ୍ତି। ଏହି କାରଣରୁ ରାଜ୍ୟରେ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି ବୋଲି ସେ ଦର୍ଶାଇଛନ୍ତି। ଚାଷୀଙ୍କୁ ବୀମା ରାଶି ମିଳିବା ବିଳମ୍ବ ନେଇ ଦେଖା ଦେଇଥିବା ବିବାଦର ତ୍ୱରିତ ସମାଧାନ ପାଇଁ ରାଜ୍ୟସ୍ତରରେ ବୈଷୟିକ ପରାମର୍ଶଦାତା କମିଟି ରହିଛି। ରାଜ୍ୟସ୍ତରରେ ସମାଧାନ ହୋଇ ନ ପାରିଲେ ସେ ସବୁକୁ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ନିକଟରେ ଉପସ୍ଥାପନ କରିବାର ନିୟମ ରହିଛି। ୨୦୨୧ ମସିହାରେ ଫସଲ ଅମଳକୁ ନେଇ ଦେଖା ଦେଇଥିବା ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ମହାଲାନୋବିଜ୍‌ ନାସନାଲ କ୍ରପ୍‌ ଫୋର୍‌କାଷ୍ଟ ସେଣ୍ଟର ( ଏମ୍‌ଏନ୍‌ସିଏଫ୍‌ସି)ର ହସ୍ତକ୍ଷେପ ଲୋଡ଼ିଥିଲା।

ଗତ ୩ ତାରିଖରେ ବୈଷୟିକ ପରାମର୍ଶଦାତା କମିଟି ବୈଠକରେ ଏମ୍‌ଏନ୍‌ସିଏଫ୍‌ସି ପ୍ରଦାନ କରିଥିବା ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ୭ ତାରିଖରେ ଏହାକୁ ଅନୁମୋଦନ କରାଯାଇଥିଲା। ବୀମା କମ୍ପାନିଗୁଡିକ ପକ୍ଷରୁ ବୀମାରାଶି ପ୍ରଦାନ ପ୍ରକ୍ରିୟାକୁ ଏଭଳି ଢଙ୍ଗରେ ତର୍ଜମା କରାଯିବା ସହ ସମାଧାନ କରାଯାଉଛି। ଗୋଟିଏ ସପ୍ତାହ ମଧ୍ୟରେ ସମସ୍ତ ବିବାଦକୁ ସମାଧାନ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି। ୭୨୩ କୋଟି ଟଙ୍କାର ବୀମା କ୍ଷତିପୂରଣ ଲାଗି ଦାବି ହୋଇଥିବା ବେଳେ ୬୨୨ କୋଟି ଟଙ୍କା କ୍ଷତିପୂରଣ ମ‌ାମଲାର ଫଏସଲା ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe