ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଖୋଲାଖୋଲି ଅବମାନନା: ରାଜ୍ୟ ସରକାର ନିଯୁକ୍ତ କଲେ ନାହିଁ ସ୍ଵତନ୍ତ୍ର ଭିନ୍ନକ୍ଷମ କମିଶନର

Advertisment
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଖୋଲାଖୋଲି ଅବମାନନା: ରାଜ୍ୟ ସରକାର ନିଯୁକ୍ତ କଲେ ନାହିଁ ସ୍ଵତନ୍ତ୍ର ଭିନ୍ନକ୍ଷମ କମିଶନର

Image Courtesy of The Financial Express

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିକଟରେ ଗିରିଜାଲାଲ ସୀମାଙ୍କ ପକ୍ଷରୁ ଆଗତ ଏକ ଜନସ୍ୱାର୍ଥ ମାମଲା ୨୯୩୨୯/୨୦୨୧ର ଶୁଣାଣି କରି ମୁଖ୍ୟ ବିଚାରପତି  ଜଷ୍ଟିସ୍ ଚନ୍ଦ୍ରଚୁଡ଼, ଜଷ୍ଟିସ୍ ପମିଡ଼ିଘଣ୍ଟମ୍ ନରସିଂହା ଓ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଜୁଲାଇ ମାସ ୧୭ ତାରିଖ ଶୁଣାଣି କରିଥିଲେ। ଏହି ଜନସ୍ବାର୍ଥ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ରାଜ୍ୟ ସରକାରମାନଙ୍କ ଦ୍ଵାରା ସ୍ୱତନ୍ତ୍ର ଭିନ୍ନକ୍ଷମ କମିଶନରମାନଙ୍କୁ ୨୦୨୩ ଅଗଷ୍ଟ ୩୧ ତାରିଖ ସୁଦ୍ଧା ନିଯୁକ୍ତି ପ୍ରଦାନ କରାଯିବ। କିନ୍ତୁ ଓଡ଼ିଶା ସରକାର ଖୋଲାଖୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଉଲଘଂନ କରି ଅଗଷ୍ଟ ମାସ ୩୧ ତାରିଖ ଠାରୁ ୪ ସପ୍ତାହ ବିତି ଯାଇଥିଲେ ମଧ୍ୟ ରାଜ୍ୟ ରେ ସ୍ଵତନ୍ତ୍ର ଭିନ୍ନକ୍ଷମ କମିଶନରଙ୍କୁ ନିଯୁକ୍ତି ନଦେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ସହ ସାମ୍ବିଧାନିକ ବିଧି ବ୍ୟବସ୍ଥାର ମର୍ଯ୍ୟଦାହାନି କରିଛନ୍ତି। ଫଳରେ ରାଜ୍ୟର ବୁଦ୍ଧିଜୀବୀ ଓ ଆଇନଜୀବୀ ମହଲରେ ତୀବ୍ର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଛି। କୌଣସି ନିର୍ଦ୍ଧିଷ୍ଟ ସରକାରୀ ପଦାଧିକାରୀଙ୍କ ଅବସର ତାରିଖକୁ ଅପେକ୍ଷା ନକରି ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସର୍ବୋତ୍ତମ ସ୍ବାର୍ଥ ଓ ଅଧିକାର ସୁରକ୍ଷାକୁ ଉପେକ୍ଷା ନକରି ଯଥା ଶୀଘ୍ର ରାଜ୍ୟରେ ଜଣେ ସ୍ଵତନ୍ତ୍ର ଭିନ୍ନକ୍ଷମ କମିଶନରଙ୍କୁ ନିଯୁକ୍ତି ଦେବା ପାଇଁ ଓଡ଼ିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ଦାବି ଉପସ୍ଥାପନା କରାଯାଇଛି।

ସେହିପରି ଉତ୍କଳ ଦୃଷ୍ଟିହୀନ ସଂଘ ପକ୍ଷରୁ ଆଗତ ଆଉ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ୍ ଜୀ ଶତପଥୀଙ୍କୁ ନେଇ ଗଠିତଖଣ୍ଡପୀଠ ଗତ ୨୦୨୩ ମେ ମାସ ୨୯ ତାରିଖ ରେ ରାଜ୍ୟରେ ତୁରନ୍ତ ସ୍ୱତନ୍ତ୍ର ଭିନ୍ନକ୍ଷମ କମିଶନରଙ୍କୁ ନିଯୁକ୍ତ କରି ୬ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସାମାଜିକ ସୁରକ୍ଷା ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶକୁ ମଧ୍ୟ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ମଧ୍ୟ ଖୋଲାଖୋଲି ଭାବେ ଉଲଂଘନ କରାଯାଉଛି। ବର୍ତ୍ତମାନ ଭିନ୍ନ ଭିନ୍ନକ୍ଷମ କମିଶନର ଦାୟିତ୍ୱରେ ଥିବା ପଦାଧିକାରୀ ଆଦୌ ଭିନ୍ନକ୍ଷମ କମିଶନରଙ୍କ କାର୍ଯ୍ୟାଳୟକୁ ଯାଉନଥିବାରୁ ଓଡ଼ିଶା ବିକଳାଙ୍ଗ ମଞ୍ଚ ଦ୍ବାରା ଆଗତ ୮୪୫ଟି ଆବେଦନ ପତ୍ର ଶୁଣାଣି ହେଇ ପାରୁନାହିଁ। ଫଳରେ ବହୁ ପୀଡ଼ିତ ଭିନ୍ନକ୍ଷମ ବ୍ୟକ୍ତି ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ହତାଶ ଓ ଦୁଃଖପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି ବୋଲି ଓଡ଼ିଶା ବିକଳାଙ୍ଗ ମଞ୍ଚର ସଭାପତି ନିରଞ୍ଜନ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe