ଏସିଡ୍‌ ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ସମାଜ ମଙ୍ଗଳ ଅଧିକାରୀ

Advertisment
ଏସିଡ୍‌ ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ସମାଜ ମଙ୍ଗଳ ଅଧିକାରୀ

କଟକ : ବ୍ରହ୍ମପୁର ଏସିଡ୍‌ ପୀଡ଼ିତାଙ୍କୁ ଆଜି ଭେଟିଛନ୍ତି ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧିକାରୀ ଲିପିକା ପ୍ରଧାନ। ବଡ଼ ମେଡିକାଲ୍‌ ସର୍ଜରି କ୍ୟାବିନ୍‌ରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ତାଙ୍କ ଅଭିଭାବକଙ୍କ ସହିତ ଘଟଣା ସମ୍ପର୍କରେ ସେ ଆଲୋଚନା କରିଥିଲେ। ପରେ ସରକାରଙ୍କ ତରଫରୁ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ୍‌ ପକ୍ଷରୁ ଦର୍ଶାଯାଇଛି। ସକାଳେ ତାଙ୍କର ଇସିଜି କରାଯାଇଥିଲା। ଆଖି ସାମାନ୍ୟ ଫୁଲିଯାଇଥିବାରୁ ସ୍ପଷ୍ଟ ଦେଖାଯାଉ ନଥିବା କୁହାଯାଇଛି। ତେଣୁ ଚକ୍ଷୁ ବିଭାଗର ଡାକ୍ତର ତାଙ୍କର ଚକ୍ଷୁ ପରୀକ୍ଷା କରି ଔଷଧ ଦେଇଛନ୍ତି। ଏହାବ୍ୟତୀତ ଆଣ୍ଟିବାୟୋଟିକ୍‌ ମଧ୍ୟ ଦିଆହେଉଛି। ଆସନ୍ତା ୪ଦିନ ପରେ ସ୍ୱାସ୍ଥ୍ୟାବସ୍ଥାରେ କେତେ ଉନ୍ନତି ହେଉଛି ତାହା ଦେଖିବା ପରେ ପରବର୍ତ୍ତୀ ଚିକିତ୍ସା କରାଯିବ ବୋଲି ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe