ନୂଆ ୫୧ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କଲେ ରାଜ୍ୟ ସରକାର, ୧୫ ଗୁଜୁରାଟ ଫେରନ୍ତା

ନୂଆ ୫୧ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କଲେ ରାଜ୍ୟ ସରକାର, ୧୫ ଗୁଜୁରାଟ ଫେରନ୍ତା

ଭୁବନେଶ୍ବର: ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ ୫୧ ଜଣ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର।  ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ବୃଦ୍ଧି ପାଇଛି।  ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପୁରୀରୁ ଚିହ୍ନଟ ଆକ୍ରାନ୍ତଜଣକ ପଶ୍ଚିମବଙ୍ଗ ଫେରନ୍ତା।  ଗଞ୍ଜାମର ୪ଜଣଙ୍କ ମଧ୍ୟରୁ ୩ ସୁରତ ଫେରନ୍ତା ଓ ଜଣେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଅନୁଗୁଳରୁ ଚିହ୍ନଟ ଆକ୍ରାନ୍ତଜଣକ ଆନ୍ଧ୍ର ପ୍ରଦେଶ ଫେରନ୍ତା।

କଳାହାଣ୍ଡିରୁ ସଂକ୍ରମିତ ୧୧ଜଣଙ୍କ ମଧ୍ୟରୁ ୮ଜଣ ମହାରାଷ୍ଟ୍ର, ଜଣେ ଛତିଶଗଡ଼ ଓ ଜଣେ ଗୁଜୁରାଟରୁ ଫେରିଥିବା ବେଳେ ଜଣେ ସ୍ଥାନୀୟ ଲୋକ ଅଛନ୍ତି। କଟକର ୯ ଜଣଯାକ ତେଲେଙ୍ଗାନା ଫେରନ୍ତା। ମୟୂରଭଞ୍ଜର ୩ ଆକ୍ରାନ୍ତ ଆନ୍ଧ୍ର ପ୍ରଦେଶ ଫେରନ୍ତା।  ମାଲକାନଗିରିର ଜଣେ ଓ ଯାଜପୁରର ୫ଜଣଯାକ ତାମିଲନାଡ଼ୁରୁ ଫେରିଥିବା ବେଳେ ନୟାଗଡ଼ର ୧୧ଜଣଯାକ ସୁରତ ଫେରନ୍ତା। ଜଗତସିଂହପୁରର ୨ଜଣଯାକ ମହାରାଷ୍ଟ୍ର ଫେରନ୍ତା ଥିବା ବେଳେ ସମ୍ବଲପୁରର ୨ଜଣଙ୍କ ଭିତରୁ ଜଣେ ପଶ୍ଚିମବଙ୍ଗ ଫେରନ୍ତା  ଓ ଜଣେ ସ୍ଥାନୀୟ ଲୋକ ଅଛନ୍ତି।

publive-image image source-cdc

ଏବେ ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୭ରେ ପହଞ୍ଚିଛି । ଏହି ସଂଖ୍ୟା ଯାଜପୁର ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୧୭୯, ବାଲେଶ୍ୱର ଜିଲ୍ଲାରେ ୧୨୨, ଭଦ୍ରକ ଜିଲ୍ଲାରେ ୯୫, ଖୋର୍ଦ୍ଧା ଜିଲ୍ଲାରେ ୭୧,  କେନ୍ଦ୍ରାପଡ଼ା ଜିଲ୍ଲାରେ ୪୦, ସୁନ୍ଦରଗଡ଼ ଜିଲ୍ଲାରେ ୨୭, ପୁରୀ ଜିଲ୍ଲାରେ ୪୫, ଅନୁଗୁଳ ଜିଲ୍ଲାରେ ୧୯, ମୟୂରଭଞ୍ଜ ଜିଲ୍ଲାରେ ୧୪ , କଳାହାଣ୍ଡି ଜିଲ୍ଲାରୁ ୧୩, କେନ୍ଦୁଝର ଜିଲ୍ଲାରେ ୮, କଟକ ଜିଲ୍ଲାରେ ୪୫, ବଲାଙ୍ଗୀର ଜିଲ୍ଲାରେ ୬, ନୟାଗଡ଼ ଜିଲ୍ଲାରେ ୨୧ ଜଣ, ଜଗତସିଂହପୁର ଜିଲ୍ଲାରେ ୩୦ ଜଣ, ବୌଦ୍ଧ ଜିଲ୍ଲାରେ ୩୩, ସମ୍ବଲପୁର ଜିଲ୍ଲାରେ ୫, କନ୍ଧମାଳ ଜିଲ୍ଲାରେ ୩, ମାଲକାନଗିରି ଜିଲ୍ଲାରେ ୩, ଦେବଗଡ଼, ଝାରସୁଗୁଡ଼ା ଓ ଢେଙ୍କାନାଳ ଜିଲ୍ଲାରେ ୨ରେ ପହଞ୍ଚିଛି । ଏତଦ ବ୍ୟତୀତ କୋରାପୁଟ ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe