କରୋନା ଆକ୍ରାନ୍ତଙ୍କୁ ରାଜ୍ୟ ସରକାର ଯୋଗାଇବେ ସଂପୂର୍ଣ୍ଣ ମାଗଣା ଚିକିତ୍ସା: ସୁବ୍ରତ ବାଗଚୀ

କରୋନା ଆକ୍ରାନ୍ତଙ୍କୁ ରାଜ୍ୟ ସରକାର ଯୋଗାଇବେ ସଂପୂର୍ଣ୍ଣ ମାଗଣା ଚିକିତ୍ସା: ସୁବ୍ରତ ବାଗଚୀ

ଭୁବନେଶ୍ୱର: କରୋନା ଭାଇରସ ବା କୋଭିଡ୍‌-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ କୋଭିଡ୍‌ ୧୯ ହସ୍ପିଟାଲ ନିର୍ମାଣ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଘରୋଇ ଅନୁଷ୍ଠାନ ସହ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ରାଜ୍ୟ ସରକାରଙ୍କର ଏହି ପଦକ୍ଷେପକୁ କେନ୍ଦ୍ର ଠାରୁ ଆରମ୍ଭ କରି ଅନ୍ୟ ରାଜ୍ୟ ସରକାରମାନେ ମଧ୍ୟ ପ୍ରଶଂସା କରିଛନ୍ତି।

ଏଥିସହ ରାଜ୍ୟ ସରକାର ଏହି ସମସ୍ତ କୋଭିଡ୍‌ ୧୯ ବା କରୋନା ହସ୍ପିଟାଲରେ ଚିକିତ୍ସିତ ହେବାକୁ ଥିବା ରୋଗୀମାନଙ୍କୁ ସଂପୂର୍ଣ୍ଣ ନିଃଶୁକ୍ଳ ବା ମାଗଣା ସେବା ଯୋଗାଇ ଦେବେ। ରୋଗୀମାନଙ୍କ ଚିକିତ୍ସାଠାରୁ ଆରମ୍ଭ କରି ସେମାନଙ୍କର ରହିବା ଓ ଖାଇବା ବାବଦରେ ସେମାନଙ୍କୁ କୌଣସି ପ୍ରକାରର ସାମାନ୍ୟତମ ଦେୟ ବି ଦେବାକୁ ପଡ଼ିବ ନାହିଁ। ସବୁ ଖର୍ଚ୍ଚ ବହନ କରିବେ ଖୋଦ୍‌ ରାଜ୍ୟ ସରକାର। ତେବେ, ରାଜ୍ୟ ସରକାର ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଯେ ଏହି କୋଭିଡ୍‌ ବା କରୋନା ହସ୍ପିଟାଲକୁ କାହାକୁ ବି ଆସିବାକୁ ନ ପଡ଼ୁ।

ଆଉ ପରିବର୍ତ୍ତିତ ପରିସ୍ଥିତିରେ ଯଦି ବି ଆସିବାକୁ ପଡ଼ିଲା, ତେବେ ସେଥିପାଇଁ ଭୟଭୀତ ହୁଅନ୍ତୁ ନାହିଁ। କାରଣ, ଆପଣଙ୍କୁ ରୋଗମୁକ୍ତ କରାଇ ଆରୋଗ୍ୟ କରାଇବା ହେଉଛି ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ତଥା ଏକମାତ୍ର ପ୍ରାଥମିକତା। ତେଣୁ, ଆଦୌ ବ୍ୟସ୍ତ ନ ହୋଇ ଯଦି ରୋଗର କୌଣସି ପ୍ରକାରର ଲକ୍ଷଣ ବା ଉପସର୍ଗ ଆପଣଙ୍କ ଠାରେ ଦେଖା ଦେଉଛି ତେବେ ସଙ୍ଗେ ସଙ୍ଗେ ହେଲପ୍‌ଲାଇନ୍‌ ନମ୍ବରରେ ଜଣାନ୍ତୁ।  ଅନ୍ୟମାନଙ୍କୁ ବିପଦରେ ପଡ଼ିବାରୁ ବଞ୍ଚାନ୍ତୁ ବୋଲି ଆଜି ରାଜ୍ୟ ସରକାରଙ୍କର କୋଭିଡ୍‌ ୧୯ର ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe