ଭୁବନେଶ୍ବର: ଆଜି ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟର ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୬ ଟି ସଂସଦୀୟ କ୍ଷେତ୍ର ଓ ୪୨ ଟି ବିଧାନସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ୬ ଟି ଲୋକସଭା ତଥା ଭଦ୍ରକ, ବାଲେଶ୍ଵର , ଜଗତସିଂପୁର, ଯାଜପୁର , କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜରେ ମତଦାନ ସୁରୁଖୁରୁରେ ଚାଲିଛି। ଯେଉଁଠି ତ୍ରୁଟି ଥିଲା ଠିକ କରାଯାଇଛି।
ସେ ଆହୁରି କହିଛନ୍ତି, ସକାଳ ୯ ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ଭୋଟିଂ ହୋଇଛି। ବଶିଷ୍ଠ ନାଗରିକମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି। ଯୁବ ଭୋଟରମାନେ ମଧ୍ୟ ଏହାକୁ ନେଇ ନିଜ ସଠିକ ମତ ପୋଷଣ କରନ୍ତୁ। ୨୦୧୯ ରେ ଏହି ୬ ଟି ସ୍ଥାନରେ ୭୪.୩୮ ପ୍ରତିଶତ ଥିଲା, ଚଳିତ ଥର ମଧ୍ୟ ଭଲ ହେବ ବୋଲି ଆଶା।
ଗଣମାଧ୍ୟମ ସଂସ୍ଥାମାନଙ୍କୁ ସତ୍ୟ ଖବର ପ୍ରସାରଣ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସମୟ ସମୟରେ ଭୁଲ ଖବର ଭୋଟରମାନଙ୍କୁ ନିରୁତ୍ସାହିତ କରିଥାଏ। ୬୨୭୯ ମତଦାନ କେନ୍ଦ୍ରରୁ ୱେବ କଷ୍ଟି ଚାଳିଛି। ୧୦୮୮ ଟି ମତଦାନ କେନ୍ଦ୍ର ରେ ଭୋଟିଂ ଚାଲିଛି। ବର୍ତ୍ତମାନ ସୁଦ୍ଧା ୭୯ ବାଲାଟ ୟୁନିଟ ୧୦୬ କଣ୍ଟ୍ରୋଲ ୟୁନିଟ ଓ ୨୩୩ ଟି ଭିଭିପାଟ ପରିବର୍ତ୍ତନ ହୋଇଛି।
Follow Us