୨୦୨୪ରେ ନବୀନଙ୍କୁ ଶାସନରୁ ହଟାଇବୁ: ବିରୋଧୀ ଦଳ ନେତା

Advertisment
ଜଗଦୀଶଙ୍କ ଆତ୍ମଦାହ କଥା ଉଠାଇଲେ ଜୟନାରାୟଣ, ମାନବିକତା କ’ଣ ହଜିଗଲାଣି?

ଭୁବନେଶ୍ବର: ଧାନ ବିଲରେ ସାର ସିଞ୍ଚନ ଆରମ୍ଭ ହୋଇଛି, ୨୦୨୪ରେ ଫସଲ କାଟିବୁ। ଜୋରଦାର ଲଢେଇ ହେବ, ୨୦୨୪ରେ ନବୀନଙ୍କୁ ଶାସନରୁ ହଟାଇବୁ। ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟି ଓଡ଼ିଶା ଫେରିବା ପରେ ଏହା କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଜୟନାରାୟଣଙ୍କ ଏହି ବୟାନ ଏବେ ଓଡ଼ିଶା ରାଜନୀତିକୁ ଉଷ୍ମ କରିଛି ।
ବିଜେପିର ଫାୟାର ବ୍ରିଗେଡ ନେତା ଭାବେ ଜଣାଶୁଣା ଜୟନାରାୟଣ ୨୦୨୪ରେ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଆଉ ଏଭଳି ଦମ୍ଭୋକ୍ତି ପଛରେ ରହିଛି ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଜୟନାରାୟଣଙ୍କ ଭେଟଘାଟ। ଦୀର୍ଘ ୧ ଘଣ୍ଟାର ଆଲୋଚନାରେ ଓଡ଼ିଶା ବିଜେପିର ସ୍ଥିତି ବାବଦରେ ଅବଗତ କରିଛନ୍ତି ଜୟନାରାୟଣ। ଏହି ସ୍ଥିତିରେ ସୁଧାର ଆଣି କିଭଳି ସରକାର ଗଢାଯିବ ସେନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ଠାରୁ ମିଳିଛି ସହଯୋଗର ପ୍ରତିଶ୍ରୁତି।

publive-image
ଧାନ ଅମଳ ଭଳି ସରକାର ଗଢିବାକୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିବାକୁ ହୁଏ। ଆଉ ଏବେ ଆମେ ମଧ୍ୟ ବିଭିନ୍ନ ପର୍ଯ୍ୟାୟ ଦେଇ ଆଗକୁ ବଢୁଛୁ ବୋଲି କହିଛନ୍ତି ଜୟନାରାୟଣ। ସେହିଭଳି ଓଡ଼ିଶାର ରାଜନୈତିକ ସ୍ଥିତି ବାବଦରେ ଦିଲ୍ଲୀର ଶୀର୍ଷ ନେତୃତ୍ୱ ଅବଗତ ଅଛନ୍ତି। ତେଣୁ ଆଗକୁ ଓଡ଼ିଶାରେ ସଙ୍ଗଠନକୁ କିଭଳି ମଜବୁତ କରାଯିବ ଓ ମିଶନ-୨୦୨୪ ପାଇଁ ଋଣନୀତି ପ୍ରସ୍ତୁତ ହେବ ସେ ବାବଦରେ ଶାହା ଓ ନଡ୍ଡାଙ୍କଠାରୁ ପରାମର୍ଶ ନିଆଯିବ ବୋଲି କହିଛନ୍ତି ଜୟନାରାୟଣ। ଜୟନାରାୟଣଙ୍କ ଏଭଳି ଦମ୍ଭୋକ୍ତି ବିଜେପି ଶିବିରରେ ଉତ୍ସାହ ଭରିଛି। କାରଣ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା, ଯାହା ବିଜେପିର ସାଙ୍ଗଠନିକ ଦକ୍ଷତା ଓ ୨୦୨୪ ପାଇଁ ଦେଖୁଥିବା ସ୍ୱପ୍ନ ଉପରେ ବିରାଟ ପ୍ରଶ୍ନବାଚୀ ଠିଆ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe