ପ୍ରଥମ ପର୍ଯ୍ୟାୟରେ ସମସ୍ତ ୪ଟି ଲୋକସଭା ଜିତିବା ନେଇ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀଙ୍କ ଦମ୍ଭୋକ୍ତି

Advertisment
ପ୍ରଥମ ପର୍ଯ୍ୟାୟରେ ସମସ୍ତ ୪ଟି ଲୋକସଭା ଜିତିବା ନେଇ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀଙ୍କ ଦମ୍ଭୋକ୍ତି

ani news

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟରେ ସମସ୍ତ ୪ଟି ଲୋକସଭା ଜିତିବା ସହ  ୨୮ ବିଧାନସଭା ଆସନରୁ ୧୮ଟି ବିଧାନସଭା ଜିତିବା ନେଇ ବିଜେପି ଦମ୍ଭୋକ୍ତି କରିଛି। ଆଗକୁ ରାଜ୍ୟରେ ବିଜେପି ସରକାର କରିବା ସହ  ୧୬ଟି ଲୋକସଭା ଆସନ ବିଜେପି ଜିତିବ ବୋଲି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି।
ଏଣେ  ଚାରୋଟି ଲୋକସଭା ଆସନ ସହ ୨୦ରୁ ଅଧିକ ବିଧାନସଭା ଆସନ ଜିତିବ ବୋଲି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ଦୃଢୋକ୍ତି କରିଛନ୍ତି।

ସେ କହିଛନ୍ତି, ଗତକାଲି ନିର୍ବାଚନ ସମୟରେ ବିଜେଡ଼ି କାର୍ଯ୍ୟକର୍ତ୍ତାମାନେ ବିଜେପି ପ୍ରାର୍ଥୀଙ୍କୁ ହଇରାଣ କରିଛନ୍ତି। ଝରିଗାଁ ପ୍ରାର୍ଥୀଙ୍କୁ ମାଡ଼ ମରା ଯାଇଛି। ନବରଙ୍ଗପୁର ପ୍ରାର୍ଥୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ନଜରବନ୍ଦୀ କରଯାଇଥିଲା।ଏଥିରୁ ଜଣାପଡୁଛି ବିଜେଡ଼ି ବିଚଳିତ ଏବଂ ଭୟଭୀତ ହୋଇଯାଇଛି। ଓଡିଶାରେ ଡବଲ ଇଂଜିନ ସରକାର ହେବା ନେଇ ସେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe