ଜମି କାରବାରରେ ପ୍ରଭାତ ବିଶ୍ୱାଳଙ୍କ ସଂପୃକ୍ତି ନାହିଁ: ଲକ୍ଷ୍ମୀବିଳାସିନୀ

Advertisment
ଜମି କାରବାରରେ ପ୍ରଭାତ ବିଶ୍ୱାଳଙ୍କ ସଂପୃକ୍ତି ନାହିଁ: ଲକ୍ଷ୍ମୀବିଳାସିନୀ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ କାରବାର ସହିତ ସଂପୃକ୍ତ ଅଭିଯୋଗରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ସୋମବାର ରାତିରେ ଗିରଫ ହେବା ପରେ ସିବିଆଇ ୫ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି। ଏନେଇ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳ ବୁଧବାର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ୨୫ ଲକ୍ଷ ତ ଦୁରର କଥା, ଏକ ଟଙ୍କା କାରବାରର ସିବିଆଇ ପ୍ରମାଣ ଦେଇ ପାରିବ ନାହିଁ। ଜମି କାରବାରରେ ପ୍ରଭାତ ବିଶ୍ୱାଳଙ୍କ ସଂପୃକ୍ତି ନାହିଁ। ଅକାରଣରେ ଅସୁସ୍ଥ ପ୍ରଭାତଙ୍କୁ ସିବିଆଇ ଗିରଫ କରି ଅନ୍ୟାୟ କରିଛି। ତାଙ୍କର ଯଦି କିଛି ହୁଏ, ଧର୍ମ ସହିବନି। ମୁଁ କିମ୍ବା ବିଧାୟକ କୌଣସି ଅନୁଗ୍ରହ ଦେଖାଇ ନାହୁଁ। ଦଳ ସମର୍ଥନ ଜଣାଇଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲକ୍ଷ୍ମୀବିଳାସିନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe