ସମ୍ବଲପୁରରେ ରାଜ୍ୟର ପ୍ରଥମ ବାଣିଜ୍ୟିକ କୋର୍ଟ ଉଦ୍‌ଘାଟିତ

ସମ୍ବଲପୁରରେ ରାଜ୍ୟର ପ୍ରଥମ ବାଣିଜ୍ୟିକ କୋର୍ଟ ଉଦ୍‌ଘାଟିତ

ସମ୍ବଲପୁର : ରାଜ୍ୟର ପ୍ରଥମ ବାଣିଜ୍ୟିକ କୋର୍ଟ ସମ୍ବଲପୁରରେ ଉଦ୍‌ଘାଟିତ ହୋଇଛି। ଶୁକ୍ରବାର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡ. ଏସ୍‌ ମୁରଲୀଧର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହାର ଆରମ୍ଭ କରିଥିଲେ। ଏଥି ସହିତ ସେ ମଧ୍ୟ ସମ୍ବଲପୁର ସିଭିଲ୍‌ କୋର୍ଟର ନୂତନ ପରିବର୍ଦ୍ଧିତ କୋଠାର ଉଦ୍‌ଘାଟନ କରିଥିଲେ। ଏହା ବ୍ୟତୀତ ଦେୱାନି ମାମଲାର ପରିଚାଳନା ପାଇଁ ଆଉ ଏକ ସିନିଅର୍‌ ସିଭିଲ୍‌ ଜଜ୍‌ଙ୍କ କୋର୍ଟର ଆରମ୍ଭ କରିଥିଲେ। ବାଣିଜ୍ୟିକ କୋର୍ଟ ମଧ୍ୟ ଜଣେ ସିନିଅର୍‌ ସିଭିଲ୍‌ ଜଜ୍‌ଙ୍କ ଦ୍ବାରା ପରିଚାଳିତ ହେବ।

publive-image

ଏହି ଉଦ୍‌ଘାଟନୀ ଉତ୍ସବରେ ସମ୍ବଲପୁର ଜଜ୍‌ସିପ୍‌ର ପ୍ରଶାସନିକ ଜଜ୍‌ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ବିଆର୍‌ ଷଡ଼ଙ୍ଗୀ ମଧ୍ୟ ଭିଡିଓ କନ୍‌ଫରେନ୍‌ସିଂରେ ଉପସ୍ଥିତ ଥିଲେ। କୋର୍ଟର ରେଜିଷ୍ଟ୍ରାର୍‌ ଜେନେରାଲ୍ ଉତ୍ସବ ଆରମ୍ଭ ପାଇଁ ମୁଖ୍ୟ ବିଚାରପତିଙ୍କ ଅନୁମତି ନେବା ପରେ ସମ୍ବଲପୁର ଜିଲ୍ଲା ଜଜ୍‌ ବିରଞ୍ଚି ନାରାୟଣ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ଡ. ପ୍ରମୋଦ ରଥ ନିଜ ବକ୍ତବ୍ୟ ରଖି ସମ୍ବଲପୁର ଆସିବାକୁ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟ ବିଚାରପତି ମଧ୍ୟ ମହାମାରୀ ସ୍ଥିତିର ସୁଧାର ପରେ ସମ୍ବଲପୁର ଗସ୍ତରେ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର୍‌ (ପ୍ରଶାସନିକ) କୋର୍ଟର ବିଜ୍ଞପ୍ତି ପାଠ କରିଥିଲେ। ଶେଷରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସାଧାରଣ ସଂପାଦକ ରବି ପୂଜାରୀ ଧନ୍ୟବାଦ ଦେଇଥିଲେ। କୋଭିଡ୍ କଟକଣା ମଧ୍ୟରେ ଆୟୋଜିତ ଏହି ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ନ୍ୟାୟ ବିଭାଗର ଅଧିକାରୀ ଓ ଜିଲ୍ଲା ଓକିଲ ସଂଘ କାର୍ଯ୍ୟକାରୀ କମିଟିର ସଦସ୍ୟ ଗଣ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe