ପଞ୍ଜିକୃତ ହେବେ ରାଜ୍ୟର ଆଇଭିଏଫ୍‌ ସେଣ୍ଟର

Advertisment

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଠନ ହେଲା ୫ଜଣିଆ କମିଟି

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଠନ ହେଲା ୫ଜଣିଆ କମିଟି

୨୦୩୦ରେ ଆଇଭିଏଫ୍‌ର ରାଜଧାନୀ ହେବ ଭାରତ: ଓଡ଼ିଶାରେ ୬୦ରୁ ବେଶି ଆଇଭିଏଫ୍‌ କ୍ଲିନିକ୍‌

Hinduja Hospital

ଭୁବନେଶ୍ବର : ପଞ୍ଜିକୃତ ହେବେ ରାଜ୍ୟର ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ ବା ଆଇଭିଏଫ୍‌ ସେଣ୍ଟର। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସରୋ‌ଗାସି ନେଇ ଗାଇଡଲାଇନ୍ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସରୋଗାସି(ରେଗୁଲେସନ୍) ଆଇନ ୨୦୨୧ ଓ ଆସିଷ୍ଟେଡ୍‌ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି(ରେଗୁଲେସନ୍) ଆଇନ ୨୦୨୧ ନେଇ ଏକ ରାଜ୍ୟସ୍ତରୀୟ ୫ଜଣିଆ କମିଟି ଗଠନ କରିଛନ୍ତି। ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କମିଟିର ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି କମିଟିରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଅଧ୍ୟକ୍ଷ ଥିବା ବେଳେ ପରିବାର କଲ୍ୟାଣ ନିର୍ଦେଶକ ଉପାଧ୍ୟକ୍ଷ ରହିଛନ୍ତି। ଏହାସହ ଆଇଏସ୍‌ଡିର ନିର୍ଦେଶିକା ଶୁଭଶ୍ରୀ ଦାସ, ଆଇନ ବିଭାଗ ପକ୍ଷରୁ ମନୋନୀତ ଜଣେ ସ୍ବତନ୍ତ୍ର ସଚିବ/ଅତିରିକ୍ତ ସଚିବ/ଯୁଗ୍ମ ସଚିବ ଓ ବିଶିଷ୍ଟ ଡାକ୍ତର ଡା.ହର ପ୍ରସାଦ ପଟ୍ଟନାୟକ ସଦସ୍ୟ ରହିଛନ୍ତି। ଏହି କମିଟି ଆଗାମୀ ଦିନରେ ଆଇଭିଏଫ୍‌ ସେଣ୍ଟରର ପଞ୍ଜୀକରଣଠାରୁ ଆରମ୍ଭ କରି ଏହାର ଯାଞ୍ଚରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ରାଜ୍ୟରେ ଏବେ କିଛି ଆଇଭିଏଫ୍‌ କେନ୍ଦ୍ର ଖୋଲିଥିବା ବେଳେ ସରୋଗାସ(ରେଗୁଲେସନ) ଆଇନ ଅନୁସାରେ ସେମାନେ ପଞ୍ଜିକୃତ ହେବେ ବୋଲି ଜଣାପଡ଼ିଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏଣିକି ଆଇଭିଏଫ୍‌ କେନ୍ଦ୍ରମାନଙ୍କୁ ଅନଲାଇନ୍ ପଞ୍ଜୀକରଣ କରିବାକୁ ‌ପଡ଼ିବ। ଏହାସହ ଆଇଭିଏଫ୍‌ ସେଣ୍ଟରରେ ଝିଅଙ୍କ ବଦଳରେ କେବଳ ପୁଅଙ୍କୁ ପ୍ରାଥମିକତା ଦିଆଯାଉଥିବା ନେଇ ମଧ୍ୟ ଯାଞ୍ଚ କରାଯିବ। ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲମାନଙ୍କ ପାଇଁ ଏହି ଆଇନ ଲାଗୁ ହେବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ନିକଟରେ ଭିମସାରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଆଇଭିଏଫ୍‌ ସେଣ୍ଟର ଖୋଲିବା ନେଇ ଭିମ୍‌ସାର ପରିଚାଳନା ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୋର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ତେଣୁ ରାଜ୍ୟସ୍ତରୀୟ କମିଟି ଏହା ସଂପର୍କରେ ଅନୁଧ୍ୟାନ ‌ହୋଇପାରେ ବୋଲି ଆଶା କରାଯାଉଛି। ଯଦି ରାଜ୍ୟ ସରକାର ଭିମସାରରେ ଆଇଭିଏଫ୍‌ କେନ୍ଦ୍ର ଖୋଲିବାକୁ ନିର୍ଦେଶ ଦିଅନ୍ତି ତାହାଲେ ଏହାର ରାଜ୍ୟର ପ୍ରଥମ ସରକାରୀ ଆଇଭିଏଫ୍‌ କେନ୍ଦ୍ର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe