ରାଜ୍ୟର ସର୍ବାଧିକ ନଗରପାଳ ପ୍ରାର୍ଥୀ ବାରିପଦାରେ, ୭୫ ବର୍ଷ ଉପରେ ୪ ପ୍ରାର୍ଥୀ

ଉପନିର୍ବାଚନ ପ୍ରଚାରରେ ଦୁଲୁକୁଛି ବ୍ରଜରାଜନଗର: ଅଳକାଙ୍କ ପାଇଁ ପ୍ରଚାର କରୁଛନ୍ତି ମନ୍ତ୍ରୀ ଟୁକୁନି ସାହୁ

The New Indian Express

ବାରିପଦା: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ। ଏଥିପାଇଁ ପ୍ରାର୍ଥୀମାନେ ଭୋକଶୋଷ ଭୁଲି ପ୍ରଚାରରେ ମାତିଛନ୍ତି। ଏଥର ବାରିପଦା ପୌର ପରିଷଦରେ ୧୬ଜଣ ନଗରପାଳ ଓ ୧୧୨ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ରାଜ୍ୟର କୌଣସି ପୌର ପରିଷଦରେ ନଗରପାଳ ପଦ ପାଇଁ ଏତେ ସଂଖ୍ୟକ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁନାହାନ୍ତି। ସେହିପରି ୧୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ଜଣଙ୍କ ବୟସ ୭୫ ବର୍ଷ ଅତିକ୍ରାନ୍ତ ହେଲାଣି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ନଗରପାଳ ଦୀନକୃଷ୍ଣ। କ୍ଷମତା ଲୋଭ ନୁହେଁ ବରଂ ଲୋକଙ୍କ ସେବା କରିବା ପାଇଁ ସେ ପ୍ରତିଦ୍ବନ୍ଦିତା କରୁଥିବା କହିଛନ୍ତି।

ସେହିପରି ଆଉ ଜଣେ ବୟୋଜ୍ୟେଷ୍ଠ ପ୍ରାର୍ଥୀ ହେଲେ ନନ୍ଦ କିଶୋର ମହାପାତ୍ର। ଜଣାଶୁଣା ଶିକ୍ଷାବିତ୍‌ ଶ୍ରୀ ମହାପାତ୍ର ଚାକିରିରୁ ଅବସର‌ ପରେ ସମାଜସେବାରେ ବ୍ରତୀ ଅଛନ୍ତି। ସହର ବସ୍ତିବାସିନ୍ଦାଙ୍କ ପାଇଁ ସେ ଲଢେଇ କରି ଆସୁଛନ୍ତି। ସେହି ଅନ୍ୟ ଦୁଇ ପ୍ରାର୍ଥୀ ରାମଚନ୍ଦ୍ର ଦାଶ ଓ ଅକ୍ଷୟ କୁମାର କର ସମାଜସେବୀ ଭାବେ ଜଣାଶୁଣା। ସହରରେ କାହାର କୌଣସି ସମସ୍ୟା ହେଲେ ସେମାନେ ସଙ୍ଗେ ସଙ୍ଗେ ‌ସେଠାରେ ପହଞ୍ଚି ସମାଧାନ କରିବାକୁ ଉଦ୍ୟମ କରିଥାନ୍ତି। ତେବେ ବ୍ୟୟ ବହୁଳ ନିର୍ବାଚନରେ ବିଜେଡିର କୃଷ୍ଣାନନ୍ଦ ମହାନ୍ତି, କଂଗ୍ରେସର ଯୋଗେଶ ଅଗ୍ରୱାଲ ଓ ବିଜେପିର କବିବିଷ୍ଣୁ ଶତପଥୀଙ୍କୁ ଏମାନେ କେମିତି ଟକ୍କର ଦେବେ ସେ ନେଇ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe